ଆର୍ୟୁବେଦ ଆମ ସଂସ୍କୃତି ଯୋଡି ହୋଇଛି, ସବୁ ଜିଲ୍ଲାରେ ହେବ ଆର୍ୟୁବେଦ ହସ୍ପିଟାଲ : ପ୍ରଧାନମନ୍ତ୍ରୀ

75

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ପ୍ରଥମ ଅଖିଳଭାରତୀୟ ଆର୍ୟୁବେଦ ସଂସ୍ଥାନକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଦ୍ୱିତୀୟ ଆର୍ୟୁବେଦ ଦିବସ ଅବସରେ ନୂଆଦିଲ୍ଲୀର ସରିତା ବିହାର ଠାରେ ନିର୍ମିତ ଆର୍ୟୁବେଦ ସଂସ୍ଥାନକୁ ଉଦଘାଟନ କରିଛନ୍ତି ମୋଦି । ଏମ୍ସ ମାର୍ଗରେ ଅଖିଳଭାରତୀୟ ଆୟୁବେଦ ସଂସ୍ଥାନର ନିର୍ମାଣ କରାଯାଇଛି ।

ଏହି ଅବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳୀ ଅବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କୌଣସି ଦେଶ ତାର ଇତିହାସକୁ ଭୁଲି ବିକାଶ କରିପାରିବ ନାହଁ । ଦେଶ ଯେତେ ବିକାସ କଲେ ବି ଇତିହାସକୁ ଭୁଲିବା କଥା ନୁହେଁ । ଉଦଘାଟନ ଅବସରରେ ମୋଦି କହିଛନ୍ତି ପୂର୍ବରୁ ଆମ ଦେଶ ବହୁତ ଧନୀ ଥିଲା । ଆମ ଦେଶର ସମୃଦ୍ଧିକୁ ନଷ୍ଟ କରିବା ପାଇଁ ବିଦେଶୀ ଶକ୍ତି ଚେଷ୍ଟା କରିଥିଲା । ଯେତେବେଳେ ଆମେ ସ୍ୱାଧୀନ ହେଲେ ସେତେବେଳେ ବି ଆମେ ଆମର ସମ୍ପତିକୁ ସୁରକ୍ଷିତ ରଖିପାରିଲେ ନାହିଁ ।

ଆର୍ୟୁବେଦ କେବଳ ଏକ ଚିକିତ୍ସା ପଦ୍ଧତି ନୁହେଁ , ସାମାଜିକ ଓ ସାଂସ୍କୃତିକ ସଦଭାବନା ରକ୍ଷାକରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏଠାରେ ମୋଦି କହିଥିଲେ ଦେଶର ପ୍ରତ୍ୟୋକ ଜିଲ୍ଲାରେ ଗୋଟିଏ ହସ୍ପିଟାଲକୁ ଆର୍ୟୁବେଦ ସହ ସଂଯୋଗ କରାଯିବ । ସରକାର ଏଥିପାଇଁ କାମ କରିବାକୁ ନିର୍ଦେଶ ଦେଇଛନ୍ତି ।