ସୁନ୍ଦର ତ୍ୱଚା ପାଇଁ ଉଜ୍ଜଳକାରୀ ସାମଗ୍ରୀ କରୁଛନ୍ତି କି ବ୍ୟବହାର? ସାବଧାନ ! ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଲା ଗୁରୁତ୍ୱପୂର୍ଣ୍ଣ ସୂଚନା...

Advertisment
ସୁନ୍ଦର ତ୍ୱଚା ପାଇଁ ଉଜ୍ଜଳକାରୀ ସାମଗ୍ରୀ କରୁଛନ୍ତି କି ବ୍ୟବହାର? ସାବଧାନ ! ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଲା ଗୁରୁତ୍ୱପୂର୍ଣ୍ଣ ସୂଚନା...

କନକ ବ୍ୟୁରୋ: ସୁନ୍ଦର ଦେଖାଯିବା ପାଇଁ ଏବେ ସାରା ବିଶ୍ୱରେ ସ୍କିନ୍ ଲାଇଟନିଂ ପ୍ରଡକ୍ଟ ବା ତ୍ୱଚା ଉଜ୍ୱଳକାରୀ ସାମଗ୍ରୀର ଚାହିଦା ବଢ଼ୁଛି । ବିଶେଷ କରି ଆଫ୍ରିକା, ଏସିଆ ଏବଂ କାରବିଆନ୍ ଦେଶଗୁଡ଼ିକରେ ଉଭୟ ମହିଳା ଓ ପୁରୁଷ, ଉଜ୍ୱଳ ତ୍ୱଚା ପାଇଁ ଏସବୁ ପ୍ରସାଧନ ସାଗମ୍ରୀ ଉପରେ ନିର୍ଭର କରନ୍ତି । ବଡ଼ କଥା ହେଉଛି ଏସବୁ କ୍ରିମ ଓ ଲୋସନ୍ରେ ମରକ୍ୟୁରୀର ମାତ୍ରା ରହିଛି । ଯାହା କେବଳ ତ୍ୱଚା ଖରାପ କରୁଛି ତାହା ନୁହେଁ ବରଂ କିଡନୀ ନଷ୍ଟ କରିବା ଏବଂ ସ୍ନାୟୁଜନିତ ସମସ୍ୟାର କାରଣ ହେଉଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

  • କଳା ବୋଲି ସଙ୍କୋଚ କରୁଛନ୍ତି କି?
  • ବ୍ୟସ୍ତ ହୁଅନ୍ତୁ ନାହିଁ, ମାତ୍ର ୭ ଦିନରେ ବଦଳିଯିବ ରଙ୍ଗ!
  • ଏହି କ୍ରିମ୍ ବ୍ୟବହାର କରନ୍ତୁ, ଆପଣ ହୋଇଯିବେ ଗୋରା

ବିଜ୍ଞାପନରେ ଏଭଳି ଆକର୍ଷଣୀୟ ଓ ଲୋଭନୀୟ କଥା କହି ଗ୍ରାହକଙ୍କୁ ଆକୃଷ୍ଟ କରୁଥିବା ଆପଣ ଦେଖିଥିବେ । ଏଭଳି ବିଜ୍ଞାପନ ଦେଖି, ଆପଣ ମଧ୍ୟ କମ୍ପାନୀଗୁଡ଼ିକର ଜାଲରେ ପଡ଼ିପାରନ୍ତି । କିନ୍ତୁ ଏହି ପ୍ରତିଶ୍ରୁତି ଏବଂ ଗୋରା ହେବାର ଆଶା, ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ବଡ଼ ବିପଦ ଆଣିପାରେ । ତ୍ୱଚା ଉଜ୍ୱଳ କରିବା ପାଇଁ ମହିଳା ଓ ପୁରୁଷ ବ୍ୟବହାର କରୁଥିବା କ୍ରିମ ଓ ଲୋସନରେ ମିଶ୍ରଣ ହେଉଥିବା ମରକ୍ୟୁରୀ ଚର୍ମ ପାଇଁ କ୍ଷତିକାରକ । କେବଳ ସେତିକି ନୁହେଁ ଶରୀରର ବିଭିନ୍ନ ଅଙ୍ଗକୁ ବି ନଷ୍ଟ କରିପାରେ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମରକ୍ୟୁରୀ ଯୁକ୍ତ କ୍ରିମ ବା ସାବୁନ ବ୍ୟବହାର କଲେ ତ୍ୱଚା ନଷ୍ଟ ହେବା ସହ ଏହା ତ୍ୱଚାରୁ ରକ୍ତରେ ମିଶିଯାଏ । ଯାହା କିଡନୀକୁ ନଷ୍ଟ କରିଦିଏ ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର ।

ବିଡମ୍ବନାର କଥା ହେଉଛି- ଏସବୁ ଲୋସନ ବା କ୍ରିମର ସାଂଘାତିକ ପାଶ୍ୱର୍ ପ୍ରତିକ୍ରିୟା ରହିଛି । ଚର୍ମରୁ ଆରମ୍ଭ କରି ଶରୀରରେ ସ୍ନାୟୁଗତ ସମସ୍ୟା ମଧ୍ୟ ସୃଷ୍ଟି କରୁଛି । ଯେଉଁମାନେ ଅନଅର୍ଗାନିକ ମରକ୍ୟୁରୀ ମିଶ୍ରିତ ସ୍କିନ ଲୋସନ ବ୍ୟବାହାର କରୁଛନ୍ତି ସେମାନଙ୍କ ଠାରେ କିନଡୀ ନଷ୍ଟ ହୋଇଯିବା, ଚର୍ମ କୁଣ୍ଡାଇ ହେବା, ତ୍ୱଚାର ରଙ୍ଗ ପରିବର୍ତ୍ତନ ହେବା, ତ୍ୱଚାରେ କଳା ଦାଗ ବା କ୍ଷତ ଚିହ୍ନ ଭଳି ଦାଗ ସୃଷ୍ଟି ହେବା ଭଳି ରୋଗ ଦେଖାଦେଉଛି । ସବୁଠ ବଡ କଥା ହେଉଛି ଏଭଳି ଲୋସନ ବ୍ୟବହାର ଯୋଗୁ ଭୁତାଣୁ, ଜୀବାଣୁ ଏବଂ ଫୁଙ୍ଗାଲ ସଂକ୍ରମଣରୁ ତ୍ୱଚାରୁ ସୁରକ୍ଷିତ ରଖୁଥିବା ସ୍କିନର ରୋଗପ୍ରତିରୋଧକ ଶକ୍ତି ହ୍ରାସ କରୁଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସତର୍କତା ଏବଂ ବିଶେଷଜ୍ଞ ଡାକ୍ତର ଦେଉଥିବା ପରାମର୍ଶ, ହୁଏତ ଲୋକଙ୍କୁ ସଚେତନ କରିବା ପାଇଁ ଯଥେଷ୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe