ଚା’ ପିଇବା ସମୟରେ ଆପଣ କରୁଛନ୍ତି କି ଏହି ୬ଟି ଭୁଲ୍ ! ରକ୍ତ ହୀନତା ସହ ହୋଇପାରନ୍ତି କ୍ୟାନସର ଭଳି ଘାତକ ରୋଗର ଶିକାର…!

ଡାକ୍ତରଙ୍କ ପରାମର୍ଶ, ଶରୀର ପାଇଁ ବେଶି କ୍ଷତିକାରକ ଲେମନ ଟି...କୌଣସି ବିଷଠୁ କମ ନୁହେଁ ଚା’ ସହ ବେସନରେ ପ୍ରସ୍ତୁତ ଖାଦ୍ୟ ଖାଇବା

324

ଅଧିକାଂଶ ଲୋକେ ଚା ପିଇବାକୁ ବେଶି ପସନ୍ଦ କରିଥାନ୍ତି । କାହିଁକି ଚା ପିଇବା ଦ୍ୱାରା ଶରୀରକୁ ଫୁର୍ତ୍ତି ଆସିଥାଏ । କିନ୍ତୁ ଚା ର ଅତ୍ୟଧିକ ସେବନ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରିବା ସହ କ୍ୟାନସର ଭଳି ଘାତକ ରୋଗକୁ ଜନ୍ମ ଦେଇଥାଏ । ବିଶେଷ କରି ଖାଲି ପେଟରେ ଚା ପିଇବା କ୍ଷତିକାରକ ପ୍ରମାଣିତ ହୋଇଥାଏ । ଖାଲି ଏତିକି ନୁହେଁ ଚା ସହ କିଛି ଖାଦ୍ୟ ପଦାର୍ଥ ସେବନ ବି ଶରୀର ପାଇଁ ଘାତକ ସାଜିପାରେ ।

ଆଜି ଆମେ ଆପଣଙ୍କୁ ଏଭଳି କିଛି ଭୁଲ୍ ସଂପର୍କରେ ଅବଗତ କରାଇବୁ, ଯାହାକୁ ଆପଣ ସାଧାରଣତଃ ଚା ପିଇବା ସମୟରେ କରିଥାନ୍ତି । ଆଉ ଏହି ଭୁଲ୍ ଆପଣଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିବା ସହ କ୍ୟାନସର ଭଳି ଗୁରୁତର ରୋଗୀ ସଜେଇଦେଇପାରେ । ଏବେ ନଜର ପକାନ୍ତୁ ଚା ପିଇବା ସମୟରେ ଆପଣ କରୁଥିବା ଏହିସବୁ ଭୁଲ୍ ଉପରେ ..

ଅତ୍ୟଧିକ ଗରମ ଚା’ ସେବନ

ଏକ ଅଧ୍ୟୟନରୁ ଜଣାପଡିଛି କି, ଅତ୍ୟଧିକ ଗରମ ଚା’ ପିଉଥିବା ବ୍ୟକ୍ତିଙ୍କଠାରେ ଖାଦ୍ୟ ନଳୀ କର୍କଟ ତଥା ଏସୋଫେଜ୍ଲ କ୍ୟାନସର (esophageal cancer)ହେବାର ସମ୍ଭାବନା ଅଧିକ ରହିଛି । ଯେଉଁମାନେ ଦୈନିକ ୭୫ ଡିଗ୍ରି ସେଲସିୟସ ବା ଏହାଠୁ ଅଧିକ ଗରମ ଚା’ ପିଉଛନ୍ତି ସେମାନଙ୍କଠାରେ esophageal cancer ହେବାର ଆଶଙ୍କା ଦୁଇଗୁଣା ଅଧିକ ରହିଥାଏ । କାରଣ, ଗରମ ଜିନିଷ ଗଳାରେ ଥିବା ଟିସୁକୁ ନଷ୍ଟ କରିଦେଇଥାଏ । ଗରମ ଚା ପିଇବା ଦ୍ୱାରା କେବଳ ଗଳା କର୍କଟ ହୋଇନଥାଏ ବରଂ ଏସିଡିଟି, ଅଲସର ଏବଂ ପେଟ ଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ ।

ଡିସ୍ପୋଜାଲ କପରେ ଚା’ ପିଇଲେ

ନିକଟରେ ଆଇଆଇଟି ଖଡଗପୁରର ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଯଦି କୌଣସି ବ୍ୟକ୍ତି କାଗଜ କିମ୍ବା ପ୍ଲାଷ୍ଟିକ କପରେ ଦିନକୁ ୩ରୁ ଅଧିକ ଥର ଚା’ ପିଅନ୍ତି ତେବେ ତାଙ୍କ ଶରୀରରେ ପ୍ଲାଷ୍ଟିକର ପ୍ରାୟ ୭୫ ହଜାର ସୁକ୍ଷ୍ମ କଣିକା ଚାଲିଆସିଥାଏ । ଆଉ ଏହି କଣିକା ମଣିଷ ଶରୀରରେ ଅନେକ ପ୍ରକାରର ଘାତକ ରୋଗ ସୃଷ୍ଟି କରିଥାଏ ।

ଚା’ ସହ ସବୁଜ ପନିପରିବାର ସେବନ

ସାଧାରଣତଃ ସବୁଜ ପନିପରିବା ଏବଂ ଡ୍ରାଇ ଫୁଡରେ ପୋଷକ ତତ୍ୱର ମାତ୍ରା ଅଧିକ ଥାଏ । ଯାହା ଶରୀର ପାଇଁ ବେଶ୍ ଲାଭଦାୟକ ହୋଇଥାଏ । କିନ୍ତୁ ଚା’ ସହିତ ଏସବୁ ଜିନିଷକୁ ଖାଇବା କୌଣସି ବିଷ ଠାରୁ ବି କମ ନୁହେଁ । ତେବେ ବନ୍ଧାକୋବି, ଫୁଲକୋବି, ମୂଳା, ଶାଗ ଏବଂ ସୋୟାବିନ ଆଦି ପନିପରିବାରେ ଗୋଇଟ୍ରୋଗାନ୍ ତତ୍ୱ ଥିବା କାରଣରୁ ଚା’ ପିଇବା ସମୟରେ ଏଗୁଡିକ ଖାଇବା ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥାଏ ।

ଚା’ ସହ ବେସନ ଜନିଷ ଖାଇବା

ଚା’ ପିଇବା ସମୟରେ ବେସନରୁ ପ୍ରସ୍ତୁତ ଖାଦ୍ୟ ପଦାର୍ଥ ମଧ୍ୟ ଖାଇବା ଅନୁଚିତ । ଏହାଦ୍ୱାରା ଶରୀରରେ ପୋଷକ ତତ୍ୱ ହ୍ରାସ ପାଇଥାଏ ଏବଂ ପେଟ ଜନିତ ବିଭିନ୍ନ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ ।

ଲେମ୍ବୁ

କିଛି ଲୋକ ସ୍ୱାଦ ବଢାଇବା ପାଇଁ ଚା’ ସହିତ ଲେମ୍ବୁ ମିଶାଇ ପିଇଥାନ୍ତି । କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଚା’ରେ ଲେମ୍ବୁ ମିଶାଇ ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।

ଅଣ୍ଡା

ଅଧିକାଂଶ ଲୋକ ଅଣ୍ଡା ସହିତ ଚା’ ପିଇବାକୁ ବେଶି ପସନ୍ଦ କରିଥାନ୍ତି । ମାତ୍ର ଏହା ଧିରେ ଧିରେ ଶରୀରକୁ କ୍ଷତି ପହଂଚାଇପାରେ । କାରଣ ଚା ପତିରେ ଥିବା ଟାନିକ୍ ଏସିଡି ଅଣ୍ଡାର ପ୍ରୋଟିନ୍ ସହ ମିଶି ଗ୍ଧବଦ୍ଭଦ୍ଭସମ ବମସୟ tannic acid protein compound ସୃଷ୍ଟି କରିଥାଏ, ଯାହା ପେରିଷ୍ଟାଲସିସର କାମକୁ ମନ୍ଥର କରିଦେଇଥାଏ ।