ଗରମ ପାଣି ପିଉଛନ୍ତି କି? ହୋଇପାରେ ଏସବୁ ସମସ୍ୟା ।

633

କନକ ବ୍ୟୁରୋ: କରୋନା ସମୟରେ ସମସ୍ତଙ୍କ ଜୀବନ ଶୈଳୀରେ ଆସିଛି ଅନେକ ପରିବର୍ତ୍ତନ । ଖାଇବା ପିଇବା ଠାରୁ ଆରମ୍ଭ କରି କାମ କରିବାର ଶୈଳୀ ସବୁଥିରେ ଦେଖାଦେଇଛି ପରିବର୍ତ୍ତନ । କରୋନାରୁ ରକ୍ଷା ପାଇବାକୁ ଅନେକ ଗରମ ପାଣି ପିଇବାକୁ ଅଭ୍ୟାସରେ ପରିଣତ କରିଛନ୍ତି । ଏଥିପାଇଁ ଅନେକ ବିଶେଷଜ୍ଞ ସହମତି ମଧ୍ୟ ଦେଇଥିଲେ । ହେଲେ ଗରମ ପାଣି ଓ ଉଷୁମ ପାଣି ମଧ୍ୟରେ ଫରକ ନଜାଣି ଅନେକ ଗରମ ପାଣି ପିଇବାକୁ ଅଭ୍ୟାସରେ ପରିଣତ କରିସାରିଛନ୍ତି । ହେଲେ ଅଧିକାଂଶ ସମୟରେ ଗରମ ପାଣି ପିଇଲେ ଶରୀର ଉପରେ ଏହାର ଅନେକ ଖରାପ ପ୍ରଭାବ ପରିଲକ୍ଷିତ ହୋଇଛି । ତେବେ ଜାଣି ରଖନ୍ତୁ ଏହାର କୁ -ପ୍ରଭାବ ।

ଗରମ ପାଣି ପିଇଲେ ପେଟ ଭର୍ତ୍ତି ରହେ । ଭୋକ ସହଜରେ ଲାଗିନଥାଏ । କେତେଜଣଙ୍କର ଏଥିପାଇଁ ଅସ୍ୱାଭାବିକ ଭାବେ ଓଜନ କମିଯିବାର ମଧ୍ୟ ଦେଖାଯାଇଛି ।

ଆପଣ ଗରମ ପାଣି ଏହିପରି ଭାବେ ପିଇବାର ଅଭ୍ୟାସ କରନ୍ତୁ । ଅଧ ଗ୍ଲାସ ଗରମ ପାଣିରେ ଅଧ ଗ୍ଲାସ ସାମାନ୍ୟ ତାପମାତ୍ରା ଥିବା ପାଣି ମିଶାନ୍ତୁ । ଏପରି ପାଣି ପିଇଲେ ଆପଣଙ୍କ ଖାଦ୍ୟ ଭଲରେ ହଜମ ହୋଇଯିବ ।

ଅଧିକ ଥର ଗରମ ପାଣି ପିଇଲେ , ତ୍ୱଚାରେ ଭାଙ୍ଗ ପଡେ । ଏପରିକି କେତେ ଜଣଙ୍କର କେଶ ଅଧିକ ଝଡିବା ମଧ୍ୟ ଲକ୍ଷ କରାଯାଇଛି ।

ଦିନକୁ ୫-୬ ଥର ଗରମ ପାଣି ପିଇଲେ ବୃକକ୍ ଉପରେ ମଧ୍ୟ ଖରାପ ପ୍ରଭାବ ପଡିବାର ସମ୍ଭାବନା ରହିଛି ।

ଗରମ ପାଣି ପିଇଲେ ମସ୍ତିଷ୍କ କୋଷ ମଧ୍ୟ ପ୍ରଭାବିତ ହେଉଥିବାରୁ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

ତେଣୁ ଏକାଧିକ ଥର ଗରମ ପାଣି ପିଇବାର ଭୁଲ କରନ୍ତୁନି । ଯଦି ସମ୍ଭବ ସାଧା ପାଣି ନଚେତ୍ ନଖ ଉଷୁମ ପାଣି ପିଇବାର ଅଭ୍ୟାସ କରନ୍ତୁ । ଏହାଦ୍ୱାରା ଆପଣଙ୍କ ପାଚନ ଶକ୍ତି ଭଲ ରହିବା ସହ ଥଣ୍ଡା ସମସ୍ୟାରୁ ମୁକ୍ତି ମିଳିପାରିବ ।