ଇଞ୍ଜିନିୟରଙ୍କ ପାଇଁ ଓଡ଼ିଶାରେ ନାହିଁ କି ଚାକିରି? ବିଧାନସଭରେ ଚିନ୍ତାଜନକ ତଥ୍ୟ ରଖିଲେ ବୈଷୟିକ ଶିକ୍ଷା ମନ୍ତ୍ରୀ

4,326

କନକ ବ୍ୟୁରୋ: ଇଞ୍ଜିନିୟରଙ୍କ ପାଇଁ ଓଡ଼ିଶାରେ ନାହିଁ କି ଚାକିରି? ବିଧାନସଭରେ ଚିନ୍ତାଜନକ ତଥ୍ୟ ରଖିଲେ ବୈଷୟିକ ଶିକ୍ଷା ମନ୍ତ୍ରୀ, ପ୍ରୀତିରଞ୍ଜନ ଘଡେଇ । ଆଜି ବିଧାନସଭାରେ ରାଜ୍ୟର ଡିପ୍ଲୋମା ଓ ବିଟେକ୍ ଇଂଜିନିୟରିଂ ଛାତ୍ର ଚାକିରୀ ନପାଇ ବେକାର ବସିଛନ୍ତି, ସେନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିଧାୟକ ଗଣେଷ ସିଂ ଖୁଂଟିଆ । ଏହି ପ୍ରଶ୍ନର ଉତ୍ତରରେ ଲିଖିତ ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ । ସେ କହିଥିଲେ, ରାଜ୍ୟରେ ଡିପ୍ଲୋମାରେ ୩୨ହଜାର ୬୨୮ ଏବଂ ଡିଗ୍ରୀରେ ୩୨ହଜାର, ୩୬୮ଜଣ ଯୁବକ, ଯୁବତୀ ନାମ ପଞ୍ଜିକରଣ କରି ଚାକିରି ପାଇଁ ଅପେକ୍ଷା କରିଛନ୍ତି । ଏଥିରୁ ୨୦୧୪-୧୫ ଶିକ୍ଷା ବର୍ଷରୁ ଆଜି ଯାଏଁ ପାସ କରିଥିବା ପିଲାଙ୍କ ମଧ୍ୟରୁ ମାତ୍ର ୬ହଜାର ୩୨୫ଜଣଙ୍କୁ ନିଯୁକ୍ତି ଦିଆଯାଇଛି ।