ନକ୍ସଲଙ୍କ ନଜରରେ ଅଛି କି ପଦ୍ମପୁର ଉପନିର୍ବାଚନ? ମାଓ ଅଧ୍ୟୁଷିତ ଅଂଚଳରେ ସ୍ଥିତି ପରଖିଲା କନକ ନ୍ୟୁଜ୍ ଟିମ୍

228

କନକ ବ୍ୟୁରୋ: ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଳର ବୁଖୁରାମୁଣ୍ଡା ଗାଁ । ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଥିବା ଏହି ଅଂଚଳରେ ମାଓବାଦୀଙ୍କ ପ୍ରଭାବ ରହିଛି । ଏଠାରେ ସମସ୍ୟା ତ ଅନେକ ରହିଛି, କିନ୍ତୁ ମୁହଁ ଖୋଲିବାକୁ ନାରାଜ ସ୍ଥାନୀୟ ବାସିନ୍ଦା । ମାଓବାଦୀ ଭୟ ଭିତରେ ଭୋଟ ଦେବାକୁ ମନସ୍ଥ କରିଛନ୍ତି ଗ୍ରାମବାସୀ । ତେବେ କ୍ୟାମେରା ସାମନାରେ ମୁହଁ ଘୋଡ଼ାଇ ପ୍ରତିକ୍ରିୟା ଦେଉଛନ୍ତି । ଲୋକଙ୍କ ମନ ଭିତରେ ଥିବା ମାଓବାଦୀଙ୍କ ଭୟ ସ୍ପଷ୍ଟ ବାରି ହେଉଛି ।

ପଦ୍ମପୁର ନିର୍ବାଚନ ପାଖେଇ ଆସୁଥିବା ବେଳେ ଗନ୍ଧମାର୍ଦ୍ଦନ ପର୍ବତ ଅଂଚଳରେ ମାଓବାଦୀଙ୍କ ଗତିବିଧି ବଢ଼ି ଯାଇଛି । ବିଶ୍ୱସ୍ତସୂତ୍ରରୁ ଖବର ପାଇଁ ଖପ୍ରାଖୋଲ ଅଂଚଳରେ କୁମ୍ବି ଅପରେସନ୍ ଆରମ୍ଭ କରିଥିଲା ପୁଲିସ । ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୁଲିସ ଏନକାଉଂଟରରେ ଟଳି ପଡ଼ିଥିଲେ ଦୁଇ ମାଓବାଦୀ । ଏହାପରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

ପଦ୍ମପୁରରେ ପ୍ରଚାର ଜମୁଥିବା ବେଳେ ଉପାନ୍ତ ଅଂଚଳରେ ଭୋଟ ମାଗୁଛନ୍ତି ନେତା । ଗନ୍ଧମାର୍ଦ୍ଦନ ପାଦଦେଶର ଯେଉଁ ଇଲାକାରେ ମାଓବାଦୀଙ୍କ ପ୍ରଭାବ ରହିଛି, ସେଠାରେ ମଧ୍ୟରେ ପ୍ରଚାର ଚାଲିଛି । ଗୋଟିଏ ପଟେ ପଦ୍ମପୁର ଉପନିର୍ବାଚନ, ଅନ୍ୟପଟେ ଉପାନ୍ତ ଅଂଚଳରେ ମାଓବାଦୀଙ୍କ ଗତିବିଧି ବୃଦ୍ଧି ପାଇବା, ସ୍ଥାନୀୟ ବାସିନ୍ଦାଙ୍କ ଭୟକୁ ଆହୁରି ବଢ଼ାଇ ଦେଇଛି ।