ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାକୁ ନେଇ ଆସିଲା ବଡ଼ ତଥ୍ୟ : ୫ ବର୍ଷରେ ବୀମା କମ୍ପାନୀ ପ୍ରିମିୟମ ବାବଦକୁ ପାଇଛନ୍ତି ୧ଲକ୍ଷ ୨୬ ହଜାର କୋଟି

Advertisment
ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାକୁ ନେଇ ଆସିଲା ବଡ଼ ତଥ୍ୟ : ୫ ବର୍ଷରେ ବୀମା କମ୍ପାନୀ ପ୍ରିମିୟମ ବାବଦକୁ ପାଇଛନ୍ତି ୧ଲକ୍ଷ ୨୬ ହଜାର କୋଟି

କନକ ବ୍ୟୁରୋ : ଫସଲ ବୀମା କମ୍ପାନିଗୁଡିକ କିଭଳି ପ୍ରଚୁର ଲାଭ କରୁଛନ୍ତି, ତାର ଚିତ୍ର ସାମ୍ନାକୁ ଆସିଛି । ଗତ ୫ ବର୍ଷରେ ଫସଲ ବୀମା କମ୍ପାନିଗୁଡିକ ପ୍ରାୟ ୪୦ ହଜାର କୋଟି ଟଙ୍କା ଲାଭ କରିଥିବା ଜଣାପଡିଛି । ୨୦୧୬ ଏପ୍ରିଲରୁ ଦେଶରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ବୀମା କମ୍ପାନିଗୁଡିକ କିଭଳି ପ୍ରଚୁର ଲାଭ କରିଛନ୍ତି ଜାଣନ୍ତୁ ।

- ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଗତ ୫ ବର୍ଷରେ ୧ ଲକ୍ଷ ୨୬ ହଜାର କୋଟି ଟଙ୍କା ପ୍ରିମିୟମ ଆଦାୟ କରିଛନ୍ତି ବୀମା କମ୍ପାନି
- ହେଲେ ୨୦୧୬ରୁ ୨୦୨୦ ଭିତରେ ଚାଷୀଙ୍କୁ ବୀମା ଭରଣା କରିଛନ୍ତି ୮୭ ହଜାର ୩୨୦ କୋଟି ଟଙ୍କା
- ଅର୍ଥାତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା କମ୍ପାନିଗୁଡିକର ଲାଭ ପ୍ରାୟ ୪୦ ହଜାର କୋଟି
- ଖରିଫ ଋତୁରେ ମୋଟ୍ ବୀମାର ୨% ଓ ରବି ଋତୁରେ ମୋଟ୍ ବୀମା ରାଶିର ୧.୫% ଦେଇଥାନ୍ତି ଚାଷୀ
- ବଳକା ପ୍ରିମିୟମ ଟଙ୍କା କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକ ବୀମା କମ୍ପାନିଙ୍କୁ ପ୍ରଦାନ କରିଥାନ୍ତି
- କେନ୍ଦ୍ରର କହିବା ହେଲା, ପ୍ରିମିୟମ ଟଙ୍କା ଓ ବିମା ରାଶି ପ୍ରଦାନରେ ଥିବା ଅନ୍ତରକୁ ଲାଭ ଧରାଯିବ ନାହିଁ
- କାରଣ ବୀମା କମ୍ପାନିଗୁଡିକ ରି-ଇନ୍ସୁରାନ୍ସ ବା ପୁନଃ ବୀମାକରଣ ଓ ପ୍ରଶାସିନକ ଖର୍ଚ୍ଚ ମଧ୍ୟ ବହନ କରୁଛନ୍ତି
- ହେଲେ ବୀମା କମ୍ପାନିଙ୍କୁ ପ୍ରଚୁର ଲାଭ ନଦେବା ପାଇଁ ୬ଟି ରାଜ୍ୟ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ଦୂରେଇ ରହିଛନ୍ତି
- ଆନ୍ଧ୍ରପ୍ରଦେଶ, ବିହାର, ଗୁଜରାଟ, ଝାଡଖଣ୍ଡ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ଏହି ଯୋଜନାରୁ ଓହରି ଯାଇଛନ୍ତି
- ୨୦୧୬-୧୭ରେ ୫୬୭ ଲକ୍ଷ ହେକ୍ଟର ଚାଷଜମି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ଥିଲା
- ୨୦୨୦-୨୧ରେ ମୋଟ୍ ୪୯୫ ଲକ୍ଷ ହେକ୍ଟର ଚାଷଜମି କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ବୀମାଭୁକ୍ତ ହୋଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe