କନକ ବ୍ୟୁରୋ: ଶ୍ରୀମନ୍ଦିର ଉପରେ ଅତି ପାଖରୁ ଡ୍ରେନ ଉଡିବା ମନ୍ଦିରର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି । ପ୍ରଶ୍ନ ଉଠୁଛି ସମ୍ପୃକ୍ତ ୟୁଟ୍ୟୁବରଙ୍କୁ ଏଥିପାଇଁ ଅନୁମତି ଦେଲା କିଏ । ଶ୍ରୀମନ୍ଦିର ଉପରେ ଉଡିପାରିବ କି ଡ୍ରୋନ? ଏବେ ଅଧିକାଂଶ ସ୍ଥାନରେ ବେଆଇନ ଭାବେ ଡ୍ରୋନ ଉଡାଯାଉଥିବା ପ୍ରସିଦ୍ଧ ଐତିହ୍ୟ କୀର୍ତିରାଜି ପାଇଁ ବିପଦ ପାଲଟିଛି । ବିଶେଷଜ୍ଞଙ୍କ କହିବା କଥା ହେଲା, ବେଆଇନ ଭାବେ ଡ୍ରୋନ ଉଡାଯାଉଥିବାରୁ ଡିଜିସିଏ ଏକ ନୂଆ ଆଇନ ଆଣୁଛି । ୃ ନିୟନ୍ତ୍ରଣ ପାଇଁ ଡିଜିଟାଲ ଏୟାରମ୍ୟାପ ଆସୁଛି । ରେଡଜୋନ, ୟେଲୋ ଜୋନ ଓ ଗ୍ରୀନଜୋନ ଭାବେ ବିଭକ୍ତ କରାଯାଉଛି । ସମ୍ବେଦନଶୀଳ ଅଂଚଳଗୁଡିକୁ ସରକାର ରେଡଜୋନ ଭାବେ ଘୋଷଣା କରିବା ଦରକାର । ଡିଜିଟାଲ ଏୟାରମ୍ୟାପକୁ ଠିକ ଭାବେ ପାଳନ କଲେ ବେଆଇନ ଡ୍ରୋନ ଉଡାଣକୁ ରୋକାଯାଇପାରିବ ।
ଦେଶର ସୀମାନ୍ତ ଅଞ୍ଚଳଗୁଡିକରେ ବେଆଇନ ଡ୍ରୋନ ଉଡିଲେ ଏହାକୁ ଟ୍ରାକ, ଟ୍ରେସ ଓ ସୁଟ କରାଯାଉଛି । ୨୫ କିଲୋମିଟର ପରିଧ ମଧ୍ୟରେ ସୁରକ୍ଷା କର୍ମୀ ଆଣ୍ଟିି-ଡ୍ରେନ୍ ଗନ ବ୍ୟବହାର କରୁଛନ୍ତି । ତେଣୁ ବିଶେଷଜ୍ଞଙ୍କ କହିବା କଥା ହେଲା
-ଆଞ୍ଚଳିକ ସ୍ତରରେ ଟ୍ରାକ, ଟ୍ରେସ ଓ ସୁଟକୁ ଆପଣାଯାଉ
-ପୁଲିସକୁ ଆଂଟି-ଡ୍ରୋନ ଗନର ବ୍ୟବହାର କରିବାକୁ ଅନୁମତି ଦିଆଯିବା ଉଚିତ
-କେରଳ ଓ ବେଙ୍ଗାଲୁରୁରେ ପୁଲିସ ଆଂଟି-ଡ୍ରୋନ ଗନ ବ୍ୟବହାର କରୁଛି
-ଡ୍ରେନ ଉଡିବା ନେଇ ପୁଲିସକୁ ଅଧିକ ସଚେତନ ହେବା ଜରୁରୀ
-ସମ୍ବେଦନଶୀଳ ଅଂଚଳକୁ ରେଡଜୋନ ଭାବେ ଘୋଷଣା କରାଯିବା ଦରକାର
-ବେଆଇନ ଡ୍ରୋନ ଉଡିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ଉଚିତ
୨୦୧୦ ମସିହା ପରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା ଘଟଣା ବଢିଛି । ଏହାକୁ ଦୃଷ୍ଟିରେ ରଖି ୨୦୧୮ରେ ଶ୍ରୀମନ୍ଦିର ପରିସରକୂୁ ନୋ ଫ୍ଲାଇଂ ଜୋନ ଘୋଷଣା କରିଥିଲେ ଡିଜିସିଏ । ତାସତ୍ୱେ ବି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିବା କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି ।
Follow Us