କନକ ବ୍ୟୁରୋ: ଆର୍କଟିକର ସବୁଠୁ ପୁରୁଣା ଓ ସବୁଠୁ ମୋଟ ବରଫ ପରସ୍ତରେ ଗତବର୍ଷ ମେ ମାସରେ ଏକ କଣା ହୋଇଥିବା ଦେଖିବାକୁ ମିଳିଥିଲା । ଯାହାକି ଏବେ ବିଶ୍ୱ ପାଇଁ ବିପଦ ସାବ୍ୟସ୍ତ ହେବାରେ ଲାଗିଛି । ବୈଜ୍ଞାନିକମାନଙ୍କର କହିବା କଥା ହେଲା,  ଏହି କଣା ଯୋଗୁ ବରଫ ଭିତରେ ଫାଟ ସୃଷ୍ଟି ହେଉଛି । ଯାହାକି ଭାଙ୍ଗିବା ଫଳରେ ତରଳିବା ଆରମ୍ଭ କରୁଛି ।  ବରଫ ଭାଙ୍ଗିବା ପରେ ତରଳିବା ହେତୁ ସମୁଦ୍ରର ଜଳପତ୍ତନ ଖୁବଶୀଘ୍ର ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।

Advertisment

ଜିୟୋ ଫିଜିକାଲ ରିସର୍ଚ୍ଚ ଲେଟର୍ସର ଏକ ରିପୋର୍ଟ ମୁତାବକ,  କାନାଡାର ଏଲ୍ସମେୟର ଆଇଲାଣ୍ଡର ଉତ୍ତରରେ ଥିବା ପ୍ରାଚୀନ ବରଫ ଖଣ୍ଡର ମୋଟା ପରସ୍ତ ଉପରେ ୨୦୨୦ ମସିହାରେ ଏକ ଦ ପୋଲନିୟା ଦେଖିବାକୁ ମିଳିଥିଲା । ଏହାର ଅର୍ଥ ହେଉଛି,  ବରଫ ଭିତରେ ଏକ ବଡ ଛିଦ୍ର ଦେଖିବାକୁ ମିଳିଥିଲା । ଏହାଫଳରେ ବରଫ ଖୁବ ଦ୍ରୁତ ଗତିରେ ତରଳୁଥିଲା ।

ତେବେ ଏଲ୍ସମେୟର ଆଇଲାଣ୍ଡ ନିକଟରେ ଥିବା ଆର୍କଟିକ୍ ବରଫର ମୋଟେଇ ହେଉଛି ୧୩ ଫୁଟ୍ । ଏହି ବରଫ ଖଣ୍ଡର ଆୟୁ ହେଉଛି ୫ ବର୍ଷ । ଅର୍ଥାତ ୫ ବର୍ଷ ପରେ ଏହା ତରଳିଯିବା ସହିତ ପୁଣିଥରେ ସେହି ମୋଟାର ବରଫ ତିଆରି ହୋଇଯାଏ ।  ହେଲେ ଉତ୍ତର ଧୃବ୍ର ପାଖାପାଖି ଅଞ୍ଚଳରେ ତାପମାତ୍ରା ବଢୁଥିବାରୁ ଏବେ ଏହା ବିଶ୍ୱ ପାଇଁ ବିପଦପୂର୍ଣ୍ଣ ହେବାରେ ଲାଗିଛି ।

ଯଦି ଏହି ଆର୍କଟିକ୍ ଏହି ବରଫ ତରଳିଯାଏ,ତେବେ ଭାରତର ତଟୀୟ ଅଞ୍ଚଳ , ପାଣିପାଗ ଓ କୃଷି ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ । ବୈଜ୍ଞାନିକମାନଙ୍କ କହିବା କଥା, ଏବେ ଶୀଘ୍ର ବରଫ ତରଳୁଥିବାରୁ ସମୁଦ୍ରରେ ଜଳର ପରିମାଣ ମଧ୍ୟ ଖୁବ ଦ୍ରୁତ ଗତିରେ ବୃଦ୍ଧି ପାଉଛିି । ଯାହା ଫଳରେ ଅନେକ ଉପକୂଳବର୍ତ୍ତୀ ସହର ଓ ଅଞ୍ଚଳ ଆଗାମୀ କିଛି ବର୍ଷ ଭିତରେ ଜଳରେ ବୁଡିଯିବାର ସମ୍ଭାବନା ରହିଛି ।