କଳାକାରଙ୍କୁ ରୋଜଗାର ଦେଉଛି ସ୍ଥାପତ୍ୟ କଳା: ମାଟି, ବ୍ରୋଂଚ୍, ସିମେଂଟ ଏବଂ ଫାଇବରରେ ତିଆରି ହେଉଛି ସୁନ୍ଦର ମୂର୍ତ୍ତି

70

କନକ ବ୍ୟୁରୋ: ସ୍ଥାପତ୍ୟକଳା ଦେଇଛି ରୋଜଗାର । ମାଟି, ବ୍ରୋଂଚ୍ , ସିମେଂଟ ଏବଂ ଫାଇବର୍ରେ ନିର୍ମାଣ ହୋଇଛି ସୁନ୍ଦର ସୁନ୍ଦର ମୁର୍ତି । କଳାକାରଙ୍କ କାରିଗରି ଯାଦୁରେ ନିର୍ଜିବ ମୁର୍ତି ଗୁଡ଼ିକ ସତେ ଯେମିତି ଜୀବନ୍ତ ହୋଇଉଠିଛି । ଏହାକୁ ଦେଖିବାକୁ ଯେତିକି ଆକର୍ଷଣୀୟ ସେତିକି ମନଲୋଭା ମଧ୍ୟ ହୋଇଛି । ଏହି ମୁର୍ତିକୁ ବିକ୍ରୟ କରି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ ଶିଳୁପର ଗାଁର ସ୍ଥାପତ୍ୟକଳା କାରିଗର ରେଜଗାର କରୁଛନ୍ତି ବାର୍ଷିକ ଲକ୍ଷାଧୀକ ଟଙ୍କା । ନିଜେ ଆତ୍ମନିର୍ଭଶୀଳ ହେବା ସହିତ ସ୍ଥାନିୟ ଅଂଚଳୟ କିଛି କରିଗର ମାନଙ୍କୁ ରୋଜଗାର ଯୋଗାଉଛନ୍ତି କୈଳାଶ ।

କେନ୍ଦ୍ରାପଡା ଶିଳୁପୁର ଗାଁର କୈଳାଶ ଚନ୍ଦ୍ର ସାହୁ, ଜଣେ ସ୍ଥାପତ୍ୟକଳା କାରିଗର । ୧୯୮୬ ମସିହାରେ ଖଲିକୋଟ ସ୍ଥିତ ଚାରୁକଳା ମହାବିଦ୍ୟାଳୟରୁ ପଢା ଶେଷ କରି ଗାଁରେ ଆରମ୍ଭ କରିଛନ୍ତି ଚାରୁକଳା ସହିତ ବିଭିନ୍ନ ପ୍ରକାରର ମୁର୍ତି ନିର୍ମାଣ କାର୍ଯ୍ୟ । ଏହି ମୁର୍ତିକୁ ନିର୍ମାଣ କରି ସ୍ଥାନିୟ ଅଂଚଳରେ ବିକ୍ରୟ କରିବା ସହିତ ଦୁଇ ପଇସା ରୋଜଗାର ମଧ୍ୟ କରୁଛନ୍ତି ।

କରୋନା କାରଣରୁ ପ୍ରାୟ ଦୁଇ ବର୍ଷ ହେଲା କୈଳାଶଙ୍କ ବ୍ୟବସାୟ ଫିକା ପଡ଼ିଛି । କୈଳାଶ ଜଣେ ଉଚ୍ଚକୋଟିର ସ୍ଥାପତ୍ୟକଳା କାରିଗର ହୋଇଥିବା ବେଳେ ତାଙ୍କ ଦ୍ୱାରା ନିର୍ମିତ ମୁର୍ତି କେନ୍ଦ୍ରାପଡା, ଜତଗସିଂହପୁର, କଟକ, ଭୁବନେଶ୍ୱର ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବିକ୍ରୟ ପାଇଁ ପଠାଇଥାନ୍ତି । କୈଳାଶ ଏବଂ ତାଙ୍କର କାରିଗର ମାନେ ଅନେକ ମନ୍ଦିର କାର୍ଯ୍ୟ ହାତକୁ ନେଇ ଅତି ସୁନ୍ଦର ଓ ନିଖୁଣ କାରୁକାର୍ଯ୍ୟ ଭରା ଚିତ୍ର ସହିତ ମୁର୍ତି ନିର୍ମାଣ କରିଥାନ୍ତି । ମାଟି, ବ୍ରୋଂଚ୍, ସିମେଂଟ , ମାର୍ବଲ ଏବଂ ପଥରରେ ଦେବା ଦେବି, ମହାପୁରୁଷ, ପଶୁପକ୍ଷୀ ମାନଙ୍କର ସୁନ୍ଦର ସୁନ୍ଦର ମୁର୍ତି ନିର୍ମାଣ କରି ଅର୍ଡର ଅନୁସାରେ ବିକ୍ରୟ କରିଥାନ୍ତି କୈଳାଶ ।

ସ୍ଥାପତ୍ୟକଳା କୈଳାଶଙ୍କ ପାଇଁ ରୋଜଗାରର ମାଧ୍ୟମ ପାଲଟିଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରେ କଳାର ପ୍ରଚାର ପ୍ରସାର ହୋଇପାରୁଛି । ଏହା ସହ କଳା ପ୍ରତି ରୁଚି ରଖିଥିବା ଯୁବକ ଯୁବତୀ ମାନଙ୍କୁ ରୋଜଗାର ଓ ତାଲିମ ଦେଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି କୌଳାଶ ।