କାଲି ହାତକୁ ଦି’ହାତ ହେବେ ହୃଦୟର ହିରୋ । ଓଲିଉଡ କ୍ୱିନ ଅର୍ଚ୍ଚିତାଙ୍କ ହାତ ଧରିବେ ସୁପରଷ୍ଟାର ସବ୍ୟସାଚୀ ।

592

କନକ ବ୍ୟୁରୋ: କାଲି ହାତକୁ ଦି’ହାତ ହେବେ ହୃଦୟର ହିରୋ । ଓଲିଉଡ କ୍ୱିନ୍ ଅର୍ଚ୍ଚିତାଙ୍କୁ ବିବାହ କରିବେ ସୁପରଷ୍ଟାର ସବ୍ୟସାଚୀ ମିଶ୍ର । ତେବେ ଆସନ୍ତାକାଲି ବିବାହ କରିବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଏହି ସୂଚନା ଦେଇ୍ଛନ୍ତି ଖୋଦ୍ ସବ୍ୟସାଚୀ ଏବଂ ଅର୍ଚ୍ଚିତା ।

ଏପରିକି ସୋସିଆଲ ମିଡିଆରେ ପୋଷ୍ଟ କରି ସବ୍ୟସାଚୀ ଲେଖିଛନ୍ତି, ପ୍ରଭୁ ଜଗନ୍ନାଥଙ୍କ ଓ ପରିବାର ଲୋକଙ୍କ ଆଶିର୍ବାଦରେ ସେ ଓ ଅର୍ଚ୍ଚିତା ବୈବାହିକ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତେବେ ସବ୍ୟସାଚୀ ତାଙ୍କ ପୋଷ୍ଟରେ ବାହାଘର ଭେନ୍ୟୁ ଓ ବିହାହ କାର୍ଯ୍ୟ ସୂଚୀ ନେଇ କୌଣସି ସୂଚନା ଦେଇ ନାହାନ୍ତି ।