ତୀରନ୍ଦାଜୀ ପ୍ରତିଯୋଗୀତୀରେ ଅତନୁ ଦାସ ବିଜୟୀ : ବିଜୟୀ ହେବା ସହ ପ୍ରି-କ୍ୱାର୍ଟରରେ ପହଞ୍ଚିଲେ ଅତନୁ ଦାସ

281

କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସ ତୀରନ୍ଦାଜୀରେ ଅତନୁ ଦାସଙ୍କ ଆଉ ଏକ ବିଜୟ  । ସାଉଥ୍ କୋରିଆର ଷ୍ଟାର ଖେଳାଳି ଓହ ଜିନହେକଙ୍କୁ ୬-୫ରେ ପରାସ୍ତ କରିଛନ୍ତି  । ଏହି ବିଜୟ ସହ ସେ ପୁରୁଷ ବ୍ୟକ୍ତିଗତ ଇଭେଂଟର ରାଉଣ୍ଡ ୮ରେ ପ୍ରବେଶ କରିଛନ୍ତି  । କୋରିଆ ଖେଳାଳିଙ୍କୁ କଡ଼ା ଟକ୍କର ଦେଇଥିଲେ ଅତନୁ  ।

ପ୍ରଥମ ସେଟରେ ଅତନୁ ହାରି ଯାଇଥିବା ବେଳେ ଦ୍ୱିତୀୟ ସେଟ୍ ଟାଇ ରହିଥିଲା । ମୁକାବିଲା ସୁଟଆଉଟ୍ ପର୍ଯ୍ୟନ୍ତ ପହଂଚିଥିଲା  । ଯେଉଁଥିରେ ଜିନହେକ ୯ ଓ ଅତନୁ ୧୦ ସ୍କୋର କରି ବିଜୟୀ ହୋଇଥିଲେ । ଏହା ପୂର୍ବରୁ ଆଜି ଅତନୁ ରାଉଣ୍ଡ ୩୨ରେ ବିଜୟୀ ହୋଇଥିଲେ  । ଚାଇନିଜ୍ ତାଇପେଇର ଡେଙ୍ଗ ୟୁ ଚେଙ୍ଗଙ୍କୁ ୬-୪ରେ ପରାସ୍ତ କରିଥିଲେ  ।