କନକ ବ୍ୟୁରୋ : ଟୋକିଓ ଅଲିମ୍ପିକ୍ସ ତୀରନ୍ଦାଜୀରେ ଅତନୁ ଦାସଙ୍କ ଆଉ ଏକ ବିଜୟ । ସାଉଥ୍ କୋରିଆର ଷ୍ଟାର ଖେଳାଳି ଓହ ଜିନହେକଙ୍କୁ ୬-୫ରେ ପରାସ୍ତ କରିଛନ୍ତି । ଏହି ବିଜୟ ସହ ସେ ପୁରୁଷ ବ୍ୟକ୍ତିଗତ ଇଭେଂଟର ରାଉଣ୍ଡ ୮ରେ ପ୍ରବେଶ କରିଛନ୍ତି । କୋରିଆ ଖେଳାଳିଙ୍କୁ କଡ଼ା ଟକ୍କର ଦେଇଥିଲେ ଅତନୁ ।
ପ୍ରଥମ ସେଟରେ ଅତନୁ ହାରି ଯାଇଥିବା ବେଳେ ଦ୍ୱିତୀୟ ସେଟ୍ ଟାଇ ରହିଥିଲା । ମୁକାବିଲା ସୁଟଆଉଟ୍ ପର୍ଯ୍ୟନ୍ତ ପହଂଚିଥିଲା । ଯେଉଁଥିରେ ଜିନହେକ ୯ ଓ ଅତନୁ ୧୦ ସ୍କୋର କରି ବିଜୟୀ ହୋଇଥିଲେ । ଏହା ପୂର୍ବରୁ ଆଜି ଅତନୁ ରାଉଣ୍ଡ ୩୨ରେ ବିଜୟୀ ହୋଇଥିଲେ । ଚାଇନିଜ୍ ତାଇପେଇର ଡେଙ୍ଗ ୟୁ ଚେଙ୍ଗଙ୍କୁ ୬-୪ରେ ପରାସ୍ତ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/7-26.jpg)