କନକ ବ୍ୟୁରୋ: ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗଙ୍କ କଳା ସାମ୍ରାଜ୍ୟର କାହାଣୀକୁ ନେଇ ଚର୍ଚ୍ଚା ଭିତରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଦାମୀ ବାଇକ୍ ଏକ ଆପାର୍ଟମେଣ୍ଟ ତଳୁ ଠାବ ହୋଇଛି । ତେବେ ଗାଡିକୁ ଲୁଚାଇବାକୁ ପାଇଁ ସେଠାରେ ରଖାଯାଇଥିବା ସନ୍ଦେହ କରାଯାଉଛି ।
- ମିଳିଲା ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଦାମି ବାଇକ୍
- ପାଖ ଆପାର୍ଟମେଣ୍ଟରୁ ଠାବ, ବଢ଼ିଲା ସନ୍ଦେହ
ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଯେଉଁ ଦାମୀ ବାଇକ୍ ହାର୍ଲେ ଡାଭିଡସନରେ ବସି ଫଟୋ ଉଠାଇ, ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଆଜି ସେହି ଗାଡିର ପତ୍ତା ମିଳିଛି । ହେଲେ, ଗାଡିଟି ଅର୍ଚ୍ଚନାଙ୍କ ଘରୁ ମିଳିନାହିଁ । ଆଉ ଏକ ଆପାର୍ଟମେଣ୍ଟର ପାର୍କିଂରେ ରହିଥିବା ଦେଖିବାକୁ ମିଳିଛି । ଯାହା ସନ୍ଦେହକୁ ବଢ଼ାଇଛି । ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ନାଁରେ ଏହି ଦାମୀ ମଟରସାଇକେଲର ରେଜିଷ୍ଟେସନ ହୋଇଛି । ଯାହାର ନମ୍ବର ଓଆର ୦୫ ଏୟୁ ୬୧୧୬ । ଗାଡିଟି ୨୦୧୨, ଏପ୍ରିଲ ୨୪ ତାରିଖରେ ରେଜିଷ୍ଟ୍ରେସନ ହୋଇଥିବା ଜଣାପଡିଛି ।
ତେବେ ବିଳାସପୂର୍ଣ୍ଣ ଅଟ୍ଟାଳିକା, ଓ ଦାମୀ କାର ଭଳି ଏହି ଦାମୀ ବାଇକ ବି ବ୍ଲାକମେଲ କରି ଆଦାୟ କରିଥିବା ଟଙ୍କାରେ ଅର୍ଚ୍ଚନା କିଣିଥିବା ଚର୍ଚ୍ଚା ହେଉଛି । କିନ୍ତୁ ପ୍ରକୃତରେ ଗାଡିଟି କେଉଁଠୁ କିଣାଯାଇଥିଲା, କିଏ ଟଙ୍କା ଦେଇଥିଲା ତାହା ତଦନ୍ତ ହେଲେ ସ୍ପଷ୍ଟ ହେବ । ହେଲେ, ଦାମି କାର, ବିଳାସପୂର୍ଣ୍ଣ ଅଟ୍ଟାଳିକା ପରେ ହାର୍ଲେ ଡାଭିଡସନ ମଟରସାଇକେଲ, ମିଳିବା କହୁଛି ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ କେମିତି ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/10/str.jpg)