କନକ ବ୍ୟୁରୋ : ରାଜନୀତି କରିବେ ଅର୍ଚ୍ଚନା ନାଗ । ସୁଯୋଗ ମିଳିଲେ ରାଜନୀତି ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି ଅର୍ଚ୍ଚନା । ବ୍ଲାକମେଲିଂ ଅଭିଯୋଗରେ ଗିରଫ ହୋଇ ବେଲରେ ଥିବା ଅର୍ଚ୍ଚନା ଏଭଳି କିଛି ଚାଞ୍ଚଲ୍ୟକର ବୟାନ ରଖିଛନ୍ତି ।
ସେହିପରି ତାଙ୍କ ବିରୋଧରେ ଅଭିଯୋଗ ଆଣୁଥିବା କଥାକଥିତ ବଡ଼ ବଡ଼ିଆ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଛନ୍ତି । ନୂଆବର୍ଷ ଅବସରରେ ରାମ ମନ୍ଦିର ଆସିଥିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଯଦି ଜନସାଧାରଣ ଚାହାନ୍ତି ଏବଂ ଯଦି ଜନସାଧାରଣଙ୍କୁ ଲାଗୁଛି କି ମୁଁ ରାଜନୀତିକୁ ଆସିଲେ ତାଙ୍କ ପାଇଁ କିଛି କରିପାରିବେ ତାହେଲେ ନିଶ୍ଚୟ ମୁଁ ନିର୍ବାଚନ ଲଢିବି ।