କନକ ବ୍ୟୁରୋ : ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ କଂଗ୍ରେସକୁ ବଡ ଝଟକା ଲାଗିଛି । କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିବରାଜ ପାଟିଲଙ୍କ ବୋହୂ ଅର୍ଚ୍ଚନା ପାଟିଲ ଚାକୁରକର ଶନିବାର ଦିନ ବିଜେପିରେ ଯୋଗ ଦେଇଛନ୍ତି । ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ଉପସ୍ଥିତିରେ ସେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଶୁକ୍ରବାର ଦିନ ଅର୍ଚ୍ଚନା ଦେବେନ୍ଦ୍ର ଫଡନଭିସଙ୍କୁ ଭେଟିଥିଲେ ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ଅର୍ଚ୍ଚନା ବିଜେପିରେ ସାମିଲ ହେବା ପରେ ଦେବେନ୍ଦ୍ର ଫଡନଭିସ୍ କହିଛନ୍ତି କି, ଅର୍ଚ୍ଚନାଙ୍କର ସମାଜସେବା କ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି । ସେ ବିଜେପିରେ ଯୋଗଦେବା ପରେ ମରାଠାୱାଡା ପାଇଁ ବିଜେପିକୁ ଏକ ଭଲ ନେତୃତ୍ୱ ମିଳିଥିବା କଥା ସେ କହିଛନ୍ତି ।
କେବଳ ଅର୍ଚ୍ଚନା ନୁହଁନ୍ତି କିଛିଦିନ ତଳେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବସବରାଜ ପାଟିଲ ମଧ୍ୟ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ବସବରାଜ ପାଟିଲ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଶିବରାଜ ପାଟିଲଙ୍କ ପୁଅ ।