କନକ ବ୍ୟୁରୋ : ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗଙ୍କ ନାଗଫାଶରେ କେତେ ଯେ ନେତା ପଡିଛନ୍ତି, ତାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଆଉ ଏତିକି ବେଳେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ ସାଂଘାତିକ ଅଭିଯୋଗ କରିଛନ୍ତି । କହିଛନ୍ତି, ଅର୍ଚ୍ଚନାଙ୍କ ମାମଲାର ଅଧିକ ତଦନ୍ତ ହେବା ଆବଶ୍ୟକ । ତଦନ୍ତ ହେଲେ ମନ୍ତ୍ରୀ ଓ ବାହାରିବେ । ବିଜେଡିର ୪୦ ରୁ ୫୦ ବିଧାୟକ ଅର୍ଚ୍ଚନା ସହ ସାମିଲ ଅଛନ୍ତି । ଏହି ପ୍ରସଙ୍ଗ ଆଗାମୀ ବିଧାନସଭାରେ ଉଠାଇବ ବିଜେପି ।

Advertisment

ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଏହି ମାମଲାରେ ଏକାଧିକ ମନ୍ତ୍ରୀ ଓ ବିଧାୟକଙ୍କ ସମ୍ପୃକ୍ତି ରହିଛି । ସେମାନଙ୍କ ମଧ୍ୟରୁ ଅନେକ ଅର୍ଚ୍ଚନାଙ୍କୁ କାର, ଘର ଓ ଟଙ୍କା ଦେଇଛନ୍ତି । ଅର୍ଚ୍ଚନା ନାଗ ପ୍ରସଙ୍ଗକୁ କଂଗ୍ରେସ ଧାମନଗର ନିର୍ବାଚନରେ ଉଠାଇବ । ବିରୋଧୀ ବିଧାୟକଙ୍କ ଅଭିଯୋଗ ଭିତରେ ଆଉ କିଛି ବିଧାୟକଙ୍କ ନାଁକୁ ନେଇ ମାଧ୍ୟମରେ ଚର୍ଚ୍ଚା ହେଉଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କିଛି ବିଧାୟକ ଅର୍ଚ୍ଚନାଙ୍କ ସହ ବୁଲିବାକୁ ଯିବା ସହ ତାଙ୍କ ବ୍ଲାକମେଲର ଶିକାର ହୋଇଥିଲେ । ଏହି ଚର୍ଚ୍ଚା ନେତାଙ୍କ ଭିତରେ କୋକୁଆ ଭୟ ସୃଷ୍ଟି କରିଛି ।