ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଡ୍ରାଇଭର : କାହାକୁ ଭେଟୁଥିଲେ ଗତିବିଧି ନେଇ ତଦନ୍ତ କରିବ ଇଡି

132

କନକ ବ୍ୟୁରୋ : ଇଡିରେ ହାଜର ହୋଇଛନ୍ତି ଅର୍ଚ୍ଚନାଙ୍କ ଡ୍ରାଇଭର । ଇଡିର ସମନ ପରେ ହାଜର ହୋଇଛନ୍ତି ଗାଡି ଚାଳକ ଚନ୍ଦନ । ସେପଟେ ଦ୍ୱିତୀୟ ଥର ପାଇଁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଶ୍ରଦ୍ଧାଞ୍ଜଳିଙ୍କୁ ଚାଲିଛି ଜେରା । ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଏହି ଜେରା କରାଯାଉଛି । ବୁଧବାର ଦିନ ପାଖାପାଖି ୧୪ ଦିନ ଧରି ଶ୍ରଦ୍ଧାଞ୍ଜଳିଙ୍କୁ ଇଡି ମାରାଥନ ଜେରା କରିଥିଲା ।

ଜେରା ବେଳେ ସେ ଇଡିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ସୂଚନା ମିଳିଛି । ଆଜିର ଜେରାରେ ସେ ଆଉ କିଛି ତଥ୍ୟ ଇଡିକୁ ଦେଇପାରନ୍ତି । ବୁଧବାର ଦିନ ପ୍ରଯୋଜକ ଅକ୍ଷୟ ପରିଜା ମଧ୍ୟ ଇଡିରେ ହାଜର ହୋଇଥିଲେ । ଅକ୍ଷୟ ପରିଜାଙ୍କୁ ୧୨ ଘଣ୍ଟା ଜେରା କରାଯାଇଥିଲା । ଉଭୟଙ୍କୁ ଇଡି ଅଧିକାରୀ ଗୁଡାଇତୁଡାଇ ପ୍ରଶ୍ନ କରିଥିଲେ । ଅକ୍ଷୟ-ଶ୍ରଦ୍ଧାଞ୍ଜଳିଙ୍କୁ ଗୋଟିଏ ଟେବୁଲରେ ଜେରା କରାଯାଇଥିଲା । ଜେରା ବେଳେ ଶ୍ରଦ୍ଧାଞ୍ଜଳି କାନ୍ଦିଥିବା ଜଣାପଡ଼ିଥିଲା ।