କନକ ବ୍ୟୁରୋ : ଅର୍ଚ୍ଚନା ନାଗ ମାମଲାରେ ଆଜି ପୁଣି ଇଡିରେ ହାଜରେ ହେଲେ ଶ୍ରଦ୍ଧାଞ୍ଜଳି ବେହେରା । ଦ୍ୱିତୀୟ ଥର ପାଇଁ ତାଙ୍କୁ ଜେରା କରିବ ପ୍ରବର୍ତନ ନିର୍ଦ୍ଦେଶାଳୟ । ବୁଧବାର ଦିନ ପାଖାପାଖି ୧୪ ଦିନ ଧରି ଶ୍ରଦ୍ଧାଞ୍ଜଳିଙ୍କୁ ଇଡି ମାରାଥନ ଜେରା କରିଥିଲା । ଜେରା ବେଳେ ସେ ଇଡିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ସୂଚନା ମିଳିଛି ।
ଆଜିର ଜେରାରେ ସେ ଆଉ କିଛି ତଥ୍ୟ ଇଡିକୁ ଦେଇପାରନ୍ତି । ବୁଧବାର ଦିନ ପ୍ରଯୋଜକ ଅକ୍ଷୟ ପରିଜା ମଧ୍ୟ ଇଡିରେ ହାଜର ହୋଇଥିଲେ । ଅକ୍ଷୟ ପରିଜାଙ୍କୁ ୧୨ ଘଣ୍ଟା ଜେରା କରାଯାଇଥିଲା । ଉଭୟଙ୍କୁ ଇଡି ଅଧିକାରୀ ଗୁଡାଇତୁଡାଇ ପ୍ରଶ୍ନ କରିଥିଲେ । ଅକ୍ଷୟ-ଶ୍ରଦ୍ଧାଞ୍ଜଳିଙ୍କୁ ଗୋଟିଏ ଟେବୁଲରେ ଜେରା କରାଯାଇଥିଲା । ଜେରା ବେଳେ ଶ୍ରଦ୍ଧାଞ୍ଜଳି କାନ୍ଦିଥିବା ଜଣାପଡ଼ିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/5-38.jpg)