୭ ଦିନିଆ ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ: ଅନୁମତି ଦେଲେ ଜିଲ୍ଲା ଦୌରାଜଜ

69

କନକ ବ୍ୟୁରୋ: ୭ ଦିନିଆ ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ । ୧୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା ଇଡି । ୭ ଦିନ ପାଇଁ ରିମାଣ୍ଡ ଅନୁମତି ଦେଲେ ଜିଲ୍ଲା ଦୌରାଜଜ । ଆଜି କୋର୍ଟରେ ହାଜର ହୋଇଥିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ଝାରପଡା ଜେଲରୁ କଡା ସୁରକ୍ଷା ବଳୟରେ ଭୁବନେଶ୍ୱର କୋର୍ଟରେ ପହଂଚିଥିଲେ । ନିଜେ ପକ୍ଷ ରଖିବାକୁ ଜଜଙ୍କ ଆଗରେ କାନ୍ଦି କାନ୍ଦି କଲେ ଅପିଲ । କୋର୍ଟରେ ଅର୍ଚ୍ଚନା ହାଜରେ ପରେ ଇଡି ତାଙ୍କୁ ରିମାଣ୍ଡ ନେବାକୁ ଆବେଦନ କରିଥିଲା ।

ତେବେ ରିମାଣ୍ଡ ବେଳେ କେଉଁ କେଉଁ ମାନଙ୍କୁ ବ୍ଲାକମେଲ କରୁଥିଲେ ଅର୍ଚ୍ଚନା ସମସ୍ତ ତଥ୍ୟ ଓଗାଳିବ ଇଡି । ସେପଟେ କୋର୍ଟକୁ ଯିବା ସମୟରେ ଗଣମାଧ୍ୟମକୁ ଟାର୍ଗେଟ କରିଛନ୍ତି ଅର୍ଚ୍ଚନା । ଗଣମାଧ୍ୟମ ଜମାରୁ ନିରପେକ୍ଷ ଖବର ପ୍ରସାରଣ କରୁନି । ବରଂ ଗଣମାଧ୍ୟମ ଏହି ଘଟଣାକୁ କେବଳ ୱେଲ ସ୍କ୍ରିପ୍ଟେଡ ମୁଭି ଭାବେ ଚଳାଇଛନ୍ତି ବୋଲି କହିବା ସହ ଗଣମାଧ୍ୟମ ଉପରେ ବର୍ଷିଲେ ଅର୍ଚ୍ଚନା । ସୋ କଲଡ ଭିକ୍ଟିମ ମାନେ କେଉଁଠି ଲୁଚିଛନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଅର୍ଚ୍ଚନା ।