କୋର୍ଟରୁ ବାହାରି ଜେଲ୍ ଗଲେ ଅର୍ଚ୍ଚନା: ଓକିଲ କହିଲେ ଜାମିନ ପାଇଁ କରିଛୁ ଆବେଦନ

କୋର୍ଟରୁ ବାହାରି ଜେଲ୍ ଗଲେ ଅର୍ଚ୍ଚନା: ଓକିଲ କହିଲେ ଜାମିନ ପାଇଁ କରିଛୁ ଆବେଦନ

କନକ ବ୍ୟୁରୋ: ଭୁବନେଶ୍ୱର ଏସଡିଜେଏମ କୋର୍ଟରୁ ବାହାରି ଜେଲ ଗଲେ ଅର୍ଚ୍ଚନା । କୋର୍ଟରୁ କଡା ସୁରକ୍ଷା ବଳୟରେ ବାହାରି ପୁଣି ଗଲେ ଜେଲ । ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ କୋର୍ଟରେ ହାଜର ହୋଇଥିଲେ । ସେପଟେ ଅର୍ଚ୍ଚନାଙ୍କ ଜାମିନ ଆବେଦନ ହୋଇଛି, ଯାହାର ଶୁଣାଣି ହୋଇନି ବୋଲି କହିଛନ୍ତି ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର ।

ଆଜି ଜେଲରୁ କଡା ସୁରକ୍ଷାବଳୟ ଭିତରେ ଆସି କୋର୍ଟରେ ପହଞ୍ଚିଥିଲେ ବହୁ ଚର୍ଚ୍ଚିତ ବ୍ଲାକମେଲର ରାଣୀ ଅର୍ଚ୍ଚନା । କୋର୍ଟକୁ ଯିବା ସମୟରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ ଅର୍ଚ୍ଚନା । ତାଙ୍କ ନାଁରେ ମିଛ ଖବର ପ୍ରସାରଣ ନକରିବାକୁ ଅର୍ଚ୍ଚନା ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି । ବିନା କୌଣସି ପ୍ରମାଣରେ ମିଛ ଖବର ପ୍ରସାରଣ ନକରିବାକୁ ସେ ଗଣମାଧ୍ୟମକୁ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe