କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ଦୋହରାଇଲେ ଭୁବନେଶ୍ୱର ଜିଲ୍ଲା ବିଜେପି ସଭାପତି ବାବୁ ସିଂ । ସେ କହିଛନ୍ତି ଯେ, ଅର୍ଚ୍ଚନା ନାଗ ପ୍ରସଙ୍ଗରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ କରିବ ଓ ସମସ୍ତଙ୍କ ମୁଖା ଖୋଲିବ ।
ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ସରକାରୀ ଦଳରେ ଥିବା ମନ୍ତ୍ରୀ, ମାଳ ମାଳ ବିଧାୟକଙ୍କ ଏହି ମାମଲାରେ ସମ୍ପୃକ୍ତି ରହିଛି, ଆଉ ଇଡି ତଦନ୍ତ ପରେ ଏକଥା ସାମ୍ନାକୁ ଆସିବ । ସେପଟେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି ଯେ, ବିଜେପିର ଅଭିଯୋଗ ଭିତ୍ତିହୀନ । ତଦନ୍ତ ପରେ ସତ ପଦାକୁ ଆସିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/Archana-Jagabandhu-e1666080555669-1200x720-1.jpg)