ଅର୍ଚ୍ଚନା ନାଗ ମାମଲା, କାଲି ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ହାଜର ହେବାକୁ ନୋଟିସ।

88

କନକ ବ୍ୟୁରୋ: ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଇଡି ସମନ । କାଲି ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଗିରଫଦାରୀକୁ ଏଡ଼ାଇବାକୁ ଆଗୁଆ ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା । ନଭେମ୍ବର ୧୦ରେ ଇଡି ଓ ଅନ୍ୟ ଅଧିକାରୀ କଟକ ଜିଲ୍ଲାରେ ଥିବା ସ୍ଥାୟୀ ଠିକଣାକୁ ଯାଇ ଅନୁସନ୍ଧାନ କରିଥିଲେ । ନଭେମ୍ବର ୧୮ରେ ଭୁବନେଶ୍ୱର ଇଡିର ଦୁଇ ଜଣ ଅଧିକାରୀ ତାଙ୍କୁ ସମନ ପ୍ରଦାନ କରିଥିଲେ । ସମନ ପାଇବା ପରେ ହାଇକୋର୍ଟରେ ଆଗୁଆ ଜାମିନ୍ ଲୋଡିଛନ୍ତି ଶ୍ରଦ୍ଧାଞ୍ଜଳି । ଅର୍ଚ୍ଚନା ନାଗ ମାମଲାରେ ସେ ଜଣେ ପୀଡ଼ିତା ବୋଲି ଆବେଦନରେ ଉଲ୍ଲେଖ କରିଛନ୍ତି ।

ଆବେଦନରେ ସେ ଦର୍ଶାଇଛନ୍ତି ଯେ, ନଭେମ୍ବର ୨ରେ ଇଡି ରୁଜୁ କରିଥିବା ମାମଲାରେ ଅର୍ଚ୍ଚନାଙ୍କ ସହିତ ଜଗବନ୍ଧୁ ଚାନ୍ଦ, ଖଗେଶ୍ୱର ପାତ୍ର ଓ ତାଙ୍କ ନାଁ ରହିଛି । ଏହା ପୂର୍ବରୁ ସେ ଖଣ୍ଡଗିରି ଥାନାରେ ଦେଇଥିବା ଏତଲା ଆଧାରରେ ପୋଲିସ ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ୱର ଓ ଅନ୍ୟମାନଙ୍କ ବିରୋଧରେ ବିଭିନ୍ନ ଦଫା ସହିତ ଆଇଟି ଆକ୍ଟରେ ମାମଲା ରୁଜୁ କରିଥିଲା । ସେ ଜଣେ ପୀଡ଼ିତା ହୋଇଥିବା ବେଳେ ଇଡି ତାଙ୍କୁ ହାଜର ହେବା ପାଇଁ ନୋଟିସ୍ ଜାରି କରିଛି । ଏଭଳି ସ୍ଥିତିରେ ତାଙ୍କୁ ଆଗୁଆ ଜାମିନ୍ ମଞ୍ଜୁର କରାଯାଉ ବୋଲି ସେ ଆବେଦନରେ ଉଲ୍ଲେଖ କରିଛନ୍ତି ।