କନକ ବ୍ୟୁରୋ : ଅର୍ଚ୍ଚନା ନାଗ ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି । ରାଜନୈତିକ ବୟାନବାଜି ଘଟଣାକୁ ଅଧିକ ଖୋରାକ ଯୋଗାଇଛି । କୁହାଯାଉଛି, ଅର୍ଚ୍ଚନାଙ୍କ ଲିଙ୍କରେ ବହୁ ବଡବଡିଆ ନେତା ଓ ବିଧାୟକ ଅଛନ୍ତି । ସବୁ ଦଳର ନେତା ଓ ବିଧାୟକଙ୍କ ସହ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଫଟୋ ଭାଇରାଲ ହେବା ପରେ କେତେ ଜଣ ନେତା ତାଙ୍କ ସହ ଲିଙ୍କ୍ରେ ଥିଲେ, ତାକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି ।

Advertisment

ଆଗକୁ କାହା ନାଁ ସାମ୍ନାକୁ ଆସିବ, ଏନେଇ ନେତାଙ୍କ ମନରେ ଛନକା ପଶିଛି । ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଏହି ଘଟଣାରେ ବହୁ ନେତା, ଅଫିସର ସାମିଲ ଥିବା ଚର୍ଚ୍ଚା ହେଉଛି । ତେଣୁ ସିବିଆଇ ତଦନ୍ତ ହେଲେ ସବୁ ସତ ସାମ୍ନାକୁ ଆସିବ ବୋଲି କହିଛି ଦଳ । ଅନ୍ୟପଟେ କଂଗ୍ରେସ ମଧ୍ୟ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି । କଂଗ୍ରେସ କହିଛି, ଶାସକ ଦଳର ବହୁ ନେତା, ମନ୍ତ୍ରୀ, ଆଇଏଏସ୍, ଆଇପିଏସଙ୍କ ସହ ବହୁ ହାଇପ୍ରୋଫାଇଲ ବ୍ୟକ୍ତି ସାମିଲ ଅଛନ୍ତି । ସତ ସାମ୍ନାକୁ ଆସିଲେ, ସରକାର ଭାଙ୍ଗିଯିବ ।