କନକ ବ୍ୟୁରୋ: ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ପହଞ୍ଚିଲେ ଅର୍ଚ୍ଚନା ନାଗ । ଜେଲରୁ କଡା ସୁରକ୍ଷା ବଳ ଭିତରେ ଆସି କୋର୍ଟରେ ପହଞ୍ଚିଛି ବହୁ ଚର୍ଚ୍ଚିତ ବ୍ଲାକମେଲର ରାଣୀ ଅର୍ଚ୍ଚନା । ତେବେ ଆଜି ପ୍ରଯୋଜକ ଅକ୍ଷୟ ପରିଜା ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନା କୋର୍ଟରେ ହାଜର ହୋଇଛନ୍ତି । କୋର୍ଟକୁ ଯିବା ସମୟରେ ଗଣମାଧ୍ୟମ ଆଗରେ ପ୍ରଥମ କରି ମୁହଁ ଖୋଲିଛନ୍ତି ଅର୍ଚ୍ଚନା । ତାଙ୍କ ନାଁରେ ମିଛ ଖବର ପ୍ରସାରଣ ନକରିବାକୁ ଅର୍ଚ୍ଚନା ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛି । ବିନା କୌଣସି ପ୍ରମାଣରେ ମିଛ ଖବର ପ୍ରସାରଣ ନକରିବାକୁ ସେ ଗଣମାଧ୍ୟମକୁ କହିଛନ୍ତି । ବହୁଚର୍ଚ୍ଚିତ ବ୍ଲାକମେଲର ରାଣୀ ଅର୍ଚ୍ଚନା ନାଗ ଆଜି କୋର୍ଟରେ ହାଜର ହୋଇଛି । ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ଆଜି ଶୁଣାଣି ହେବାର ଅଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us