କନକ ବ୍ୟୁରୋ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହ ଲିଙ୍କ ଥିବା ଅଭିଯୋଗରେ ବହୁ ବ୍ୟବସାୟୀଙ୍କୁ ଇଡି ପଚରାଉଚୁରା କରିବା ପରେ ଏବେ ତାଙ୍କ ପାଳି ପଡିଛି । ହନିଟ୍ରାପ ମାମଲାର ମୁଖ୍ୟ ଅଭିଯୁକ୍ତ ହୋଇଥିବାରୁ ତାଙ୍କୁ ୭ଦିନିଆ ରିମାଣ୍ଡରେ ନେଇ ଆଉ କିଛି ତଥ୍ୟ ବାହାର କରିବାକୁ ଯୋଜନା କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ପୂର୍ବ ପ୍ରସ୍ତୁତି ଅନୁସାରେ ଅର୍ଚ୍ଚନାଙ୍କୁ ପଚରାଉଚୁରା ଆରମ୍ଭ କରିଛନ୍ତି ଇଡି ଅଧିକାରୀ ।

Advertisment

ହନିଟ୍ରାପ୍ ଓ ବ୍ଲାକମେଲ କରି ଅର୍ଚ୍ଚନାଙ୍କ ତାଙ୍କ କଳା ସାମ୍ରାଜ୍ୟ ବଢ଼ାଇଥିବା ଚାରିଆଡେ ଚର୍ଚ୍ଚା ହେଉଛି । ଅର୍ଚ୍ଚନାଙ୍କ ନାଗଫାଶରେ ବହୁ ନେତା, ମନ୍ତ୍ରୀ ପଡିଥିବା ଆଲୋଚନା ହେଉଛି । କିନ୍ତୁ ପ୍ରକୃତରେ ସତ କଣ ଜାଣିବା ପାଇଁ ଅର୍ଚ୍ଚନାଙ୍କୁ କିଛି ଏମିତି ଢ଼ଙ୍ଗରେ ଇଡି ଅଧିକାରୀ ପ୍ରଶ୍ନ କରିପାରନ୍ତି । ସୂଚନା ଅନୁସାରେ ଇଡି ଅର୍ଚ୍ଚନାଙ୍କୁ ଏହି ସବୁ ପ୍ରଶ୍ନ ପଚାରିବ..

- ଶ୍ରଦ୍ଧାଞ୍ଜଳିଙ୍କ ସହ ତାଙ୍କର ସମ୍ପର୍କ କଣ?
- ଶ୍ରଦ୍ଧାଞ୍ଜଳିଙ୍କୁ ସେ ହନିଟ୍ରାପରେ ଲଗାଇଥିଲେ କି?
- ଆଉ କାହାକୁ ଏହି ଅପରାଧରେ ସାମିଲ କରିଥିଲେ?
- ଅର୍ଚ୍ଚନାଙ୍କ ଆୟର ଉତ୍ସ କଣ?
- କାହା କାହା ସହ ଅର୍ଥନୈତିକ କାରବାର କରିଛନ୍ତି?
- ତାଙ୍କ ବ୍ୟାଙ୍କ ଖାତାକୁ ଯେଉଁ ଟଙ୍କା ଆସିଛି କିଏ ଓ କାହିଁକି ଦେଇଥିଲେ?
- ବଡ ବଡିଆଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ କରି ବ୍ଲାକମେଲ କରୁଥିଲେ କି?
- ବ୍ଲାକମେଲ ପରେ ସେମାନେ ଟଙ୍କା ଦେଇଥିଲେ କି?
- ବିଳାଶପୂର୍ଣ୍ଣ ଘର ପାଇଁ କେଉଁଠୁ ଆସିଲା ଟଙ୍କା?
- ଗାଡି କିଣିବାକୁ ଟଙ୍କା କେଉଁଠୁ ଆଣିଲେ?
- ତାଙ୍କୁ କିଏ କିଏ ସହଯୋଗ କରୁଥିଲେ?

ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଅର୍ଚ୍ଚନାଙ୍କୁ ତାଙ୍କର ଜଣେ ଓକିଲଙ୍କ ଉପସ୍ଥିତରେ ପ୍ରଶ୍ନ କରାଯାଉଛି, ବୋଲି ସୂଚନା ଦେଇଛନ୍ତି ଅର୍ଚ୍ଚନାଙ୍କ ଓକିଲ । ଅନ୍ୟପଟେ ଇଡିରେ ହାଜର ହୋଇଛନ୍ତି ଆର୍କିଟେକ୍ଟ ରଞ୍ଜିତ ବେହେରା । ରାଜଧାନୀ ସତ୍ୟବିହାରରେ ଥିବା ଅର୍ଚ୍ଚନାଙ୍କ ବିଳାଶପୂର୍ଣ୍ଣ ଘରର ସାଜସଜ୍ଜା କରିଥିଲେ ଆକ୍ଟିଟେକ୍ଟ ରଞ୍ଜିତ । କୁହାଯାଉଛି, ଆବଶ୍ୟକ ପଡିଲେ ଉଭୟ ଅର୍ଚ୍ଚନା ଓ ରଞ୍ଜିତଙ୍କୁ ମୁହାଁମୁହିଁ ଜେରା କରିପାରେ ଇଡି । ସୋମବାର ଘର ତିଆରି କରିଥିବା ବିଲଡର ପବିତ୍ର ପାତ୍ରଙ୍କୁ ୧୩ଘଂଟା ଧରି ଜେରା କରାଯାଇଥିଲା । ଆଗକୁ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମଧ୍ୟ ଇଡି ଆଣି ଅଧିକ ଖୋଳତାଡ କରିପାରେ ବୋଲି ସୂଚନା ମିଳିଛି ।