ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ତ୍ରୀ ସୁନିତା କେଜ୍ରିୱାଲ କରୋନା ପଜିଟିଭ । ନିଜକୁ କ୍ୱାରେଣ୍ଟିନରେ ରଖିଲେ ମୁଖ୍ୟମନ୍ତ୍ରୀ

129

କନକ ବ୍ୟୁରୋ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ତ୍ରୀ ସୁନିତା କେଜ୍ରିୱାଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ଆସିବା ପରେ ସେ ନିଜକୁ ଆୟୁସୁଲେଟ୍ କରିଛନ୍ତି । ଏହାସହ ତାଙ୍କ ସଂସ୍ପର୍ଶର୍ରେ ଆସିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବି ନିଜକୁ କ୍ୱାରେଣ୍ଟିନରେ ରଖିଛନ୍ତି । ଦିଲ୍ଲୀରେ କରୋନା ସ୍ଥିତି ଗମ୍ଭୀର ରହିଛି । ଦୈନିକ ସଂକ୍ରମଣ ୨୦ ହଜାର ଉପରେ ରହୁଥିବା ବେଳେ ଦୈନିକ ଅନେକ ସଂକ୍ରମିତଙ୍କର ମୃତ୍ୟୁ ହେଉଛି । ଏହାରି ଭିତରେ ଗତକାଲି ଦିଲ୍ଲୀ ସରକାର ରାଜ୍ୟରେ ୬ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି ।

ଅନ୍ୟପଟେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ନଜର କଲେ ଦିଲ୍ଲୀରେ ସ୍ୱାସ୍ଥ୍ୟସେବା ପୁରା ବିପର୍ଯ୍ୟସ୍ତ ହୋଇପଡିଛି । ମେଡିକାଲରେ ବେଡର ଅଭାବ , ଅକ୍ସିଜେନର ଅଭାବ ଭିତରେ ଚାଲିଛି କରୋନା ରୋଗୀଙ୍କ ଚିକିତ୍ସା । ଦିଲ୍ଲୀ ସରକାରଙ୍କ ୱେବ୍ ସାଇଟର ସୂଚନା ମୁତାବକ ଦିଲ୍ଲୀରେ ଥିବା ମୋଟ ୧୯,୬୦୪ କୋଭିଡ ବେଡ ମଧ୍ୟରୁ ଏବେ କେବଳ ୩୧୮୬ ଟି ବେଡ ଖାଲି ରହିଛି । ଅନ୍ୟପଟେ ଆଇସିୟୁ ବେଡ କଥା ବିଚାର କଲେ  ୪୩୯୫ ବେଡରୁ ଏବେ କେବଳ ୪୨ ଟି ବେଡ ଖାଲି ରହିଛି ।