କନକ ବ୍ୟୁରୋ: ଦ୍ୱିତୀୟ ବିବାହ କଲେ ବଲିଉଡ ଅଭିନେତା ଅର୍ବାଜ ଖାନ । ମୁମ୍ବାଇରେ ପରିବାର ଲୋକେ ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଧରିଲେ ସୁରା ଖାନଙ୍କ ହାତ । ୨୦୨୨ ‘ପାଟନା ଶୁକ୍ଳା’ ଫିଲ୍ମରେ ଉଭୟଙ୍କର ହୋଇଥିଲା ପରିଚୟ । ପରେ ଉଭୟ ରିତିନୀତି ଅନୁଯାୟୀ ବିବାହ କରିଛନ୍ତି । ବିବାହ ଉତ୍ସବରେ ଫରହା ଖାନ, ରିତେଶ ଦେଶମୁଖଙ୍କ ଭଳି ସେଲିବ୍ରିଟି ଯୋଗଦେଇଥିଲେ । ତେବେ ପୂର୍ବରୁ ୧୯୯୮ ମଲ୍ଲିକା ଆରୋରାଙ୍କୁ ବିବାହ କରିଥିଲେ  ଅର୍ବାଜ । ହେଲେ ୨୦୧୯ ରେ  ମଲ୍ଲିକାଙ୍କଠୁ ଅଲଗା ହୋଇଥିଲେ ।