କନକ ବ୍ୟୁରୋ: ରାଜ୍ୟରେ କୀଟକୁ ନେଇ ଅଜବ ପରିସ୍ଥିତି ସୃଷ୍ଟି ହୋଇଛି ।  ଚିଗର୍ସ କୀଟ ପାଇଁ  ଲୋକେ ଏବେ ଜ୍ୱରରେ କମ୍ପୁଛନ୍ତି । ଖୋଦ୍ କୃଷି ସଚିବ ଅରବିନ୍ଦ ପାଢୀ ଏବେ ସ୍କ୍ରବ ଟାଇଫସରେ ଆକ୍ରାନ୍ତ ହୋଇଛନ୍ତି । କିଛି ଦିନ ତଳେ ସେ ମାଣ୍ଡିଆ କ୍ଷେତରେ ବୁଲୁଥିଲେ । ଦୁୁଇ ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ସେ ନମୂନା ପରୀକ୍ଷା କରାଇଥିଲେ । ନମୂନା ପରୀକ୍ଷା ପଜିଟିଭ ଆସିଛି । ବର୍ତମାନ କୃଷି ସଚିବ ଘରେ ରହି ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି । କେବଳ ଗାଁ ଗଣ୍ଡା ନୁହେଁ ସହରାଞ୍ଚଳରେ ବି ଚିନ୍ତା ବଢାଇଲାଣି ସ୍କ୍ରବ ଟାଇଫସ ।

  • ଚିନ୍ତା ବଢାଇଲାଣି ସ୍କ୍ରବ ଟାଇଫସ
  • ଆକ୍ରାନ୍ତ ହେଲେ କୃଷି ସଚିବ
Advertisment

ସ୍କ୍ରବ ଟାଇଫସ ରାଜ୍ୟ ପାଇଁ ନୂଆ ନୁହେଁ । ଚଳିତବର୍ଷ  ସ୍କ୍ରବ ଟାଇଫସ କାହଁକି ଏତେ ବଢିଲା, ତାହା ଅନେକଙ୍କୁ ଚିନ୍ତାରେ ପକାଇଛି । ଚିଗର୍ସଙ୍କ ବଢିବା ପଛରେ କାରଣ କଣ? ଏହାକୁ ନେଇ ଉଭୟ ଲୋକେ ଓ ସ୍ୱାସ୍ୟ ବିଭାଗ ଦ୍ୱନ୍ଦ୍ୱରେ ଅଛନ୍ତି ।

  • ସାରା ରାଜ୍ୟରେ ମାଡିଗଲାଣି ସ୍କ୍ରବ ଟାଇଫସ
  • ପଶ୍ଚିମ ଓଡିଶାରେ ସଙ୍ଗୀନ ହେଉଛି ସ୍ଥିତି 
  • ବର୍ତ୍ତମାନ ୨-୩ଟି ଜିଲ୍ଲାକୁ ଛାଡିଦେଲେ ସାରା ରାଜ୍ୟରେ ସ୍କ୍ରବ ଟାଇଫସ ମାତିଛି   
  • ବର୍ତ୍ତମାନ ସୁଦ୍ଧା ୨୨ ହଜାର ୭୭ ଜଣଙ୍କ ସ୍କ୍ରବ ଟାଇଫସ ପରୀକ୍ଷା ହୋଇଛି
  • ୨୮୨୦ ସ୍କ୍ରବ ଟାଇଫସ ପଜିଟିଭ ଚିହ୍ନଟ ହୋଇଛନ୍ତି
  • ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଓ ବଲାଙ୍ଗୀରରେ ଅଧିକ ରୋଗୀ

କେନ୍ଦ୍ରୀୟ ଟିମ ସ୍କ୍ରବ ଟାଇଫସ  ସ୍ଥିତି ଅନୁଧ୍ୟାନ ପାଇଁ ବରଗଡ, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ ଓ ବଲାଙ୍ଗୀର ଗସ୍ତ କରିଛନ୍ତି । ଏ ନେଇ ସେମାନେ କେନ୍ଦ୍ରକୁ ରିପୋର୍ଟ ଦେବେ । ସେମାନେ ଲିଖିତ ପରାମର୍ଶ ଦେବା ପରେ  ରାଜ୍ୟ ସରକାର ପରବର୍ତୀ ପଦକ୍ଷେପ ନେବେ ।

ସ୍କ୍ରବ ଟାଇଫସରେ ବରଗଡ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି ।  ଏଠାରେ ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୭ ବୋଲି କୁହାଯାଉଛି ।  ଚଳିତବର୍ଷ ସ୍କ୍ରବ ଟାଇଫସ ଅଧିକ ବ୍ୟାପୁଥିବାରୁ ଏ ନେଇ ଅଧିକ ଗବେଷଣା ଓ ଅନୁଧ୍ୟାନର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ କହିଛନ୍ତି ।