ବିଜେଡି ଛାଡିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ମୁଖ୍ୟମନ୍ତ୍ରୀଙ୍କୁ ପଠାଇଲେ ଇସ୍ତଫାପତ୍ର, ଆସନ୍ତାକାଲି ବିଜେପିରେ ହେବେ ସାମିଲ ।

431

କନକ ବ୍ୟୁରୋ : ବିଜେଡି ଛାଡିଲେ ଅରବିନ୍ଦ ଢାଲି । ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିରୁ ଇସ୍ତଫା ଦେଇଛନ୍ତି । ନିଜ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇଛନ୍ତି ଅରବିନ୍ଦ । ସାଧାରଣ ନିର୍ବାଚନ ପୂର୍ବରୁ ଅରବିନ୍ଦ ବିଜେଡି ଛାଡିଥିବା ବେଳେ ଆସନ୍ତାକାଲି ବିଜେପିରେ ସାମିଲ ହେବେ ବୋଲି କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ।

ପୂର୍ବରୁ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିବା ଅରବିନ୍ଦ ଢାଲି ୬ ଥର ବିଧାୟକ ରହିଛନ୍ତି । ପ୍ରଥମେ ବିଜେପି ଟିକେଟରୁ ବିଧାୟକ ହୋଇଥିବା ଅରବିନ୍ଦ ପରବର୍ତ୍ତୀ ସମୟରେ ଭାରତୀୟ ଜନଶକ୍ତି ପାର୍ଟି, ସମାଜବାଦୀ ପାର୍ଟି ଏବଂ ବିଜେଡିରେ ସାମିଲ ହୋଇଥିଲେ । ତେବେ ୨୦୨୪ ନିର୍ବାଚନ ପୂର୍ବରୁ ଅରବିନ୍ଦ ପୁଣିଥରେ ବିଜେଡି ଛାଡି ବିଜେପି କ୍ୟାମ୍ପକୁ ଫେରିଛନ୍ତି । ତେବେ ଇସ୍ତଫା ଦେବା ପଛରେ ସେଭଳି କୌଣସି ସ୍ପଷ୍ଟ କାରଣ ଦର୍ଶାଇ ନାହାନ୍ତି ଅରବିନ୍ଦ ଢାଲି ।