ହମାସ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଗତ ବୁଧବାର ଦିନ ଆରବ ଦେଶ ସମୂହ ଏକ ଜରୁରୀକାଳିନ ବୈଠକ କରିଛନ୍ତି । ଏହି ବୈଠକରେ ଆରବ ଦେଶ ସମୂହ ଇସ୍ରାଏଲ ଦ୍ଵାରା ଗାଜା ପଟିରେ କରାଜୁଥିବା ଆକ୍ରମଣର ନିନ୍ଦା କରିଥଲେ ଏବଂ ସେଠାକାର ବାସିନ୍ଦା ମାନଙ୍କୁ ମୌଳିକ ସୁବିଧାରୁ ବଞ୍ଚିତ କରାଯାଉଥିବାକୁ ଅନ୍ୟାୟପୂର୍ଣ ବୋଲି କହିଛନ୍ତି । ଏହାସହ ସେଠାରେ ମୌଳିକ ସୁବିଧା ପୁନଃ ଉପଲବ୍ଧ କରାଇବାକୁ ଦାବି କରିଛନ୍ତି ।

Advertisment

ହମାସ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ନେଇ ଆରବ ଦେଶ ସମୂହ ମାନଙ୍କର ବୈଠକ ଜାରି ରହିଛି । ବୁଧବାର ଦିନ ୨୨ ଦେଶର ଏହି ଆରବ ଲିଗ  ମିଶର ଦେଶର କାଏରୋ ସହରରେ ସଦସ୍ୟ ଦେଶମାନଙ୍କର ଏକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେଇଯାଇଛି ।

ବିଦେଶମନ୍ତ୍ରୀ ମାନଙ୍କର ଏହି ବୈଠକରେ ଇସ୍ରାଏଲ ଦ୍ଵାରା ଗାଜାକୁ ସମ୍ପୂର୍ଣ ଘେରାବନ୍ଦୀ କରିଥିବାରୁ ସେଠାକାର ବାସିନ୍ଦାମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଏବଂ ଏହାକୁ ଅନ୍ୟାୟପୂର୍ଣ ବୋଲି ଆରବ ଲିଗ କହିଛି । ସେଠାରେ ଯଥାଶୀଘ୍ର ମୌଳିକ  ସୁବିଧାସବୁକୁ  ପୁନଃ ଉପଲବ୍ଧ କରାଇବାକୁ ଦାବି କରିଛନ୍ତି । ଏହାଛଡା ଇସ୍ରାଏଲ ତାର ଅନ୍ତରାଷ୍ଟ୍ରୀୟ ଦାୟିତ୍ଵକୁ ନିର୍ବାହ କରୁ ବୋଲି କହିଛନ୍ତି ଏବଂ ସେଠାରେ ‘ଦୁଇ ଦେଶ’ ଥିଓରି ଦ୍ଵାରା ତାର ସମାଧାନର କଥାବାର୍ତ୍ତାକୁ ପୁଣିଥରେ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

ଏହା ପୂର୍ବରୁ ସାଉଦି ଆରବ ମଙ୍ଗଳବାର ଦିନ କ୍ୟାବିନେଟ ସ୍ତରୀୟ ବୈଠକ କରିଥିଲା ।

ଏହି ବୈଠକରେ ସାଉଦିର କିଂ ସଲମାନ ଏବଂ କ୍ରାଉନିଙ୍ଗ ପ୍ରିନ୍ସ ମହମ୍ମଦ ବିନ ସଲମାନ, ଫିଲିସ୍ତିନ, ଜୋର୍ଡାନ ଓ ମିଶରର ରାସ୍ତାପତି ସମେତ ଅନ୍ୟପ୍ରମୁଖ ଅନ୍ତରାଷ୍ଟ୍ରୀୟ ନେତାମାନଙ୍କ ସହ କଥାବାର୍ତ୍ତା କରିଥିଲେ । ଆରବ ଲିଗ ଗାଜାପଟିକୁ ଘେରାବନ୍ଦୀର ନିନ୍ଦା କରିଥିଲେ ଏହି ବୈଠକରେ ଆରବ ଲିଗ ସଦସ୍ୟ ଦେଶମାନଙ୍କର ବିଦେଶମନ୍ତ୍ରୀମାନେ ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ଆଲୋଚନା କରିଥଲେ ।

ଏହି ବୈଠକରେ  ଗାଜାପଟିରୁ ଘେରାବନ୍ଦୀ ସମ୍ପୂର୍ଣ ହଟେଇବାକୁ ଦାବି ହୋଇଥିଲା । ଗାଜାରେ ବିଦ୍ୟୁତ ଏବଂ ଜଳ ଯୋଗାଣରେ କରିଥିବା କାଣ୍ଟଛାଣ୍ଟ ନିଷ୍ପତିର ପୁନଃବିଚାର କରିବାପାଇଁ ଆରବଲିଗ ଦେଶମାନେ ଇସ୍ରାଏଲକୁ ଅନୁରୋଧ କରିଛନ୍ତି ।   ଇସ୍ରାଏଲ ସେନା ଦ୍ଵାରା ଗାଜାପଟିର ଘେରାବନ୍ଦୀକୁ ନିନ୍ଦା କରିବା ସହ ଆରବ ଲିଗ କହିଛି କି ଗାଜାପାଟିରେ ମାନବୀୟ ସହାୟତା ପହଞ୍ଚେଇବାକୁ ତତ୍କାଳ ଅନୁମତି ଦିଆଯାଉ । ସେମାନେ ସେଠାରେ ତୁରନ୍ତ ଖାଦ୍ୟସାମଗ୍ରୀ, ଇନ୍ଧନ ଓ ଅନ୍ୟାନ୍ୟ ମାନବୀୟ ସହାୟତା ଦେବକୁ ଆହ୍ଵାନ ଦେଇଛନ୍ତି ।

ଶନିବାର ଦିନ ହମାସ ଦ୍ଵାରା ଇସ୍ରାଏଲର ସହର ଉପରେ ରକେଟ ମାଡ଼ କରିବା ପରେ ଇସ୍ରାଏଲି ସେନା ଗାଜାପାଟିରେ ହମାସର ଆଡ଼ା ଉପରେ ଜୋରଦାର ବମ ପକେଇଛି ଏବଂ ଗାଜାପଟିକୁ ଘେରାବନ୍ଦୀ କରି ବିଦ୍ୟୁତ, ପାଣି ଓ ଖାଦ୍ୟସାମଗ୍ରୀ ପରିବହନକୁ ବନ୍ଦ କରିଦେଇଛି ।

ହସ୍ପିଟାଲ ମାନଙ୍କରେ ଅକ୍ସିଜେନ ଅଭାବ

ସେଠାକାର କିଛି ମିଡ଼ିଆ ଲୋକମାନଙ୍କ ସୂତ୍ରରୁ ପ୍ରକାଶ ଯେ ଇସ୍ରାଏଲ ଦ୍ଵାରା ଘେରାବନ୍ଦୀ ଏବଂ ଲଗାତର ବୋମାବର୍ଷଣ ଯୋଗୁଁ ଘରଦ୍ଵାର , କାରଖାନା, ସ୍କୁଲକଲେଜ ଓ ଦୋକାନ ସବୁର ପ୍ରଭୂତ କ୍ଷତି ହୋଇଛି । ଗାଜାର ଅଲ-ଶିଫା ହସ୍ପିଟାଲରେ ଔଷଧ ଏବଂ ଅକ୍ସିଜେନର କମି ଦେଖାଦେଲାଣି । ଏହାଯୋଗୁଁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।