କନକ ବ୍ୟୁରୋ: ବଲିଉଡ ଇଣ୍ଡଷ୍ଟ୍ରିର ମ୍ୟୁଜିକ୍ ଲିଜେଣ୍ଡ ଏ.ଆର.ରେହମାନଙ୍କ ଝିଅ ଖତିଜା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଯାହାର ଫଟୋ ଏବେ ସାମ୍ନାକୁ ଆସିଛି । ରେହମାନଙ୍କ ପ୍ରଶଂସକମାନେ ନବ ଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏ.ଆର. ରେହମାନ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ବିବାହର କିଛି ଫଟୋ ସେୟାର କରିଛନ୍ତି ।

Advertisment

ଏ.ଆର. ରେହମାନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି । ତାଙ୍କ ଝିଅ ଖତିଜା ରିୟାସଦିନଙ୍କୁ ବିବାହ କରିଛନ୍ତି ଯିଏ ଜଣେ ଅଡିଓ ଇଞ୍ଜିନିୟର । ସେୟାର ଫଟୋରେ ରେହମାନଙ୍କ ପରିବାରକୁ ଦେଖିବାକୁ ମିଳିଛି । ଫଟୋରେ ଖତିଜା ରିୟାସିଦନଙ୍କ ପାଖରେ ବସିଛନ୍ତି । ରେହମାନଙ୍କ ଦୁଇ ସନ୍ତାନ ଅମ୍ମାନ ଓ ରହୀମଙ୍କ ସହ ପତ୍ନୀଙ୍କୁ ମଧ୍ୟ ଦେଖିବାକୁ ମିଳୁଛି । ଏହା ବ୍ୟତୀତ ଫଟୋରେ ଏକ ଫଟୋ ଫ୍ରେମ ଦେଖିବାକୁ ମିଳିଛି, ଯାହା ଏ.ଆର. ରେହମାନଙ୍କ ମା’ କରିସ୍ମାଙ୍କ ଫଟୋ । ରେହମାନ୍ ଏହି ଫଟୋ ସେୟାର କରିବା ସହ ‘ସମସ୍ତେ ଏହି ନବତମ୍ପତ୍ତିଙ୍କୁ ଆଶୀର୍ବାଦ କରନ୍ତୁ..ଆପଣଙ୍କର ଶୁଭେଚ୍ଛା ପାଇଁ ଧନ୍ୟବାଦ’ ବୋଲି ଲେଖିଛନ୍ତି ।