କନକ ବ୍ୟୁରୋ: ଏପ୍ରିଲ ଫୁଲ ଡେ’ ବିଷୟରେ ଆପଣମାନେ ଅନେକ କାହାଣୀ ଶୁଣିଥିବେ । ମାତ୍ର ଏହାକୁ ପାଳନ କରିବା ପଛରେ ସତ୍ୟତା ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ । କୁହାଯାଏ. ୧୩୮୧ ମସିହାଠାରୁ ଏହି ଦିବସକୁ ପାଳନ କରାଯାଇ ଆସୁଛି । ଇଂଲଣ୍ଡର ରାଜା ରିଚାର୍ଡ ଦ୍ୱିତୀୟ ଓ ବୋହେମିଆର ରାଣୀ ଆନ୍ନିଙ୍କର ନିର୍ବନ୍ଧ ତାରିଖ ୩୨ ମାର୍ଚ୍ଚକୁ ରଖାଯାଇଥିଲା ।
ଏହାପରେ ଜନସାଧାରଣ ଉତ୍ସବ ମନାଇବାରେ ଲାଗିପଡିଥିଲେ । ତେବେ ପରବର୍ତ୍ତୀ ସମୟରେ ସମସ୍ତଙ୍କର ହୃଦବୋଧ ହୋଇଥିଲା ଯେ, ମାର୍ଚ୍ଚ ୩୨ ପରି ତ କିଛି ତାରିଖ ହିଁ ନାହିଁ । ସେହିଦିନ ଠାରୁ ସେମାନେ ସମସ୍ତେ ବୋକା ବୋଲି ସାବ୍ୟସ୍ତ ହୋଇଥିଲେ ଓ ଏହାପରେ ଏପ୍ରିଲ ଫୁଲ ଡେ’ ପାଳନର ଧାରା ଆରମ୍ଭ ହୋଇଥିଲା । ସେହିପରି ୧୫୮୨ ମସିହାରେ ଚାର୍ଲ୍ସ ପୋପ୍ ଫ୍ରାନ୍ସର ପୁରୁଣା କ୍ୟାଲେଣ୍ଡରକୁ ବଦଳାଇ ଦେଇଥିଲେ । ତା’ ସ୍ଥାନରେ ଏକ ନୂଆ ରୋମାନ୍ କ୍ୟାଲେଣଡର ଲଞ୍ଚ କରିଥିଲେ । ତା’ ପରେ ମଧ୍ୟ ଅନେକ ଲୋକ ପୁରୁଣା କ୍ୟାଲେଣ୍ଡର ହିସାବରେ ଚାଲିଥିଲେ । ସେହିଦିନ ଠାରୁ ଉକ୍ତ ଦିବସକୁ ଏପ୍ରିଲ ଫୁଲ ଡେ’ ଭାବେ ପାଳନ କରାଯାଉଛି ।
ଅନ୍ୟ କିଛି ରିପୋର୍ଟ ମୁତାବକ, ଭାରତରେ ଉନବିଂଶ ଶତାବ୍ଦିରେ ଏହି ଦିବସର ପାଳନର ଶୁଭାରମ୍ଭ ହୋଇଥିଲା । ଗତ କିଛି ବର୍ଷ ବେ ଏପ୍ରିଲ ଫୁଲ ଡେ’ର କ୍ରେଜ୍ ବଢିବାରେ ଲାଗିଛି । ସୋସିଆଲ ମିଡିଆରେ ଏହି ଦିବସ ଉପରେ ଆଧାରିତ ଅନେକ ମୀମ୍ସ ଜୋକ୍ସ ଭାଇରାଲ ହୋଇଥାଏ । ତେବେ ମଜା କରିବା ସମୟରେ କୌଣସି ବ୍ୟକ୍ତିଙ୍କ ମନରେ ଯେପରି କିଛି ଆଘାତ ନଲାଗେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ଜରୁରୀ ।