କନକ ବ୍ୟୁରୋ : ପଖାଳ ଦିବସ, ରସଗୋଲା ଦିବସ ପାଳନ କରାଯାଉଥିବା ବେଳେ ଆଜି ସମସ୍ତେ ସୋସିଆଲ ମିଡିଆରେ ଛେନାପୋଡ ଦିବସ ପାଳନ କରୁଛନ୍ତି । ଛେନାପୋଡ ପ୍ରତ୍ୟେକ ଓଡିଆଙ୍କ ଭାରି ପସନ୍ଦ । ଏପରିକି ବାହୁଡା ଦିନ ମହାପ୍ରଭୁଙ୍କୁ ଛେନାପୋଡ ଅର୍ପଣ କରାଯାଇଥାଏ । ତେଣୁ ପଖାଳ ଦିବସ ଏବଂ ରସଗୋଲା ଦିବସ ଭଳି ଛେନାପୋଡ ଦିବସ ପାଳନ କରିବା ପାଇଁ ସୋସିଆଲ ମିଡିଆରେ ଚାଲିଛି ଜୋରଦାର ପ୍ରୟାସ ।
Advertisment
ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ଭାବେ ସମସ୍ତେ ପାଳନ କରିଥାନ୍ତି । ନିଳାଦ୍ରୀ ବିଜେ ଦିନକୁ ରସଗୋଲା ଦିବସ ଭାବେ ସମସ୍ତେ ପାଳନ କରିଥାନ୍ତି । ସେହିପରି ଛେନାପୋଡ ବି ଓଡିଆଙ୍କର ବେସ୍ ପ୍ରିୟ ହୋଇଥିବାରୁ ଆଜିର ଦିନକୁ ଛେନାପୋଡ ଦିବସ ଭାବେ ପାଳନ କରିବାକୁ ସମସ୍ତେ ଅଣ୍ଟାଭିଡିଛନ୍ତି । ତେବେ ଏପ୍ରିଲ ୧୧ ତାରିଖ କାହିଁକି ଛେନାପୋଡ ଦିବସ ଭାବେ ପାଳନ କରାଯାଉଛି, ଏହା ପଛରେ କଣ ରହିଛି କାରଣ ଆସନ୍ତୁ ଜାଣିବା ।
ଛେନାପୋଡର ଜନକ ସୁଦର୍ଶନ ସାହୁଙ୍କ ଜନ୍ମଦିନ ଏପ୍ରିଲ ୧୧ ତାରିଖରେ ପଡୁଥିବାରୁ ସେହି ଦିନକୁ ବିଶ୍ୱ ଛେନାପୋଡ ଦିବସ ଭାବେ ପାଳନ କରିବାକୁ ଜୋର ଧରିଛି । କେବଳ ଏତିକି ନୁହେଁ ରସଗୋଲା ଭଳି ଏହାର ମଧ୍ୟ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ଦାବି ଉଠିଛି ।