ଅପରାଜିତାଙ୍କ ଅଜବ ଯୁକ୍ତି । ସ୍ୱାଗତ କାର୍ଯ୍ୟକ୍ରମରେ ଶହ ଶହ ଲୋକ ହେଲେ ଏକାଠି, ଭୁବନେଶ୍ୱର ସାଂସଦ କହିଲେ, କୋଭିଡ ନିୟମ ଭାଙ୍ଗିଥିଲେ ହୋଇନଥାନ୍ତା କି କରୋନା? ତାରାଙ୍କ କଟାକ୍ଷ, ଅପରାଜିତାଙ୍କୁ ହେବନି କରୋନା ।

ଅପରାଜିତାଙ୍କ ଅଜବ ଯୁକ୍ତି । ସ୍ୱାଗତ କାର୍ଯ୍ୟକ୍ରମରେ ଶହ ଶହ ଲୋକ ହେଲେ ଏକାଠି, ଭୁବନେଶ୍ୱର ସାଂସଦ କହିଲେ, କୋଭିଡ ନିୟମ ଭାଙ୍ଗିଥିଲେ ହୋଇନଥାନ୍ତା କି କରୋନା? ତାରାଙ୍କ କଟାକ୍ଷ, ଅପରାଜିତାଙ୍କୁ ହେବନି କରୋନା ।

କନକ ବ୍ୟୁରୋ : କୋଭିଡ୍ ନିୟମ ଉଲ୍ଲଂଘନ ମାମଲାରେ ଆଜି ଗଣମାଧ୍ୟମ ପ୍ରତିନିଧିମାନେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ପ୍ରଶ୍ନ କରିଥିଲେ । ରାଷ୍ଟ୍ରୀୟ ମୁଖପାତ୍ର ନିଯୁକ୍ତି ପରେ ଆଜି ଭୁବନେଶ୍ୱର ଫେରିବା ସମୟରେ ବିମାନ ବନ୍ଦରରେ ଏହି ପ୍ରଶ୍ନ କରାଯାଇଥିଲା । ସେମାନେ ପଚାରି ଥିଲେ ସ୍ୱାଗତ କାର୍ଯ୍ୟକ୍ରମରେ ଏତେ ଜଣ କେମିତି ସାମିଲ ହେଲେ ଏବଂ କାହିଁକି ସେମାନେ ମାସ୍କ ପିନ୍ଧି ନଥିଲେ । ଏହାର ଉତରରେ ସାଂସଦ ଓଲଟା ପଚାରିଥିଲେ, ଯଦି ସେ ନିୟମ ଭାଙ୍ଗିଥାନ୍ତେ, ତେବେ ତାଙ୍କୁ କରୋନା ହୋଇନାହିଁ କାହିଁକି? ସେପଟେ କଂଗ୍ରେସ ପ୍ରଶ୍ନ କରିଛି, ଅନ୍ୟଦଳଙ୍କୁ ସମାବେଶ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯାଉଥିବା ବେଳେ ତାଙ୍କ ପାଇଁ ମନା କାହିଁକି ?

publive-imageଦୁଇଟି ଚିତ୍ର । ଗୋଟିଏ ଗତକାଲି କଂଗ୍ରେସ ପ୍ରଭାରୀଙ୍କୁ ସ୍ୱାଗତର ଦୃଶ୍ୟ ଆଉ ଗୋଟିଏ ଆଜି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ସ୍ୱାଗତର ଦୃଶ୍ୟ । ଗତକାଲି କଂଗ୍ରେସ ପ୍ରଭାରୀ ଏ ଚେଲା କୁମାର ସାଂଗଠନିକ କାମରେ ଓଡିଶା ଗସ୍ତରେ ଆସିଥିବା ବେଳେ ଏପଟେ ଅପରାଜିତା ରାଷ୍ଟ୍ରୀୟ ପ୍ରବକ୍ତା ନିଯୁକ୍ତି ପରେ ଓଡିଶା ଫେରିଛନ୍ତି । କିନ୍ତୁ କଂଗ୍ରେସର କହିବା କଥା ହେଉଛି, ବିଜେପି ଓ ବିଜେଡିର କାର୍ଯ୍ୟକ୍ରମ ଉପରେ କଟକଣା ନାହିଁ , କିନ୍ତୁ କଂଗ୍ରେସ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଉଛନ୍ତି । ଗତକାଲି ଚେଲା କୁମାରଙ୍କ ସ୍ୱାଗତ ଶୋଭାଯାତ୍ରା ଉପରେ କୋଭିଡ୍ ନିୟମ ଅନୁସାରେ କଟକଣା ଲଗାଯାଇଥିଲା ।

ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମ ପ୍ରତିନିଧି ଅପରାଜିତାଙ୍କୁ ପଚାରିଥିଲେ କୋଭିଡ୍ ସମୟରେ ଏତେ ସଂଖ୍ୟାରେ ଲୋକ ସ୍ୱାଗତ କାର୍ଯ୍ୟକ୍ରମରେ ସାମିଲ ହେବା ଘଟଣା କୋଭିଡ୍ ନିୟମ ଉଲ୍ଲଂଘନ କରୁନାହିଁ କି? ଅପରାଜିତା ଉତରରେ କହିଥିଲେ, ଯଦି ସେ ନିୟମ ମାନୁ ନାହାନ୍ତି, ତେବେ ଏଯାଏଁ ତାଙ୍କୁ କରୋନା କେମିତି ଆକ୍ରାନ୍ତ କରିନାହିଁ । ମୋ ସହିତ ଏଠାରେ ସମେସ୍ତ ମାସ୍କ ଲଗାଇଛନ୍ତି ବୋଲି କହିଥିଲେ ଅପରାଜିତା ।

ଆଉ ଅପରାଜିତାଙ୍କୁ ଏଭଳି ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ସରକାର ଆଇନ ତିଆରି କରିଛନ୍ତି, କିନ୍ତୁ ଆଇନ ତା ବାଟରେ ରାଲି ତା ବାଟରେ । ଅପରାଜିତାଙ୍କୁ ଭଗବାନ ଜନ୍ମ ଦେଇଛନ୍ତି, ସେ ଜଣେ ମାଆ ତାଙ୍କୁ କରୋନା ହେବାର ପ୍ରଶ୍ନ ଉଠୁନାହିଁ ବୋଲି ତାତ୍ସଲ୍ୟ ଛଳରେ କହିଛନ୍ତି ତାରା । ତେବେ ଏଠି ପ୍ରଶ୍ନ ଉଠୁଛି, ପ୍ରକୃତରେ କୋଭିଡ ଆଇନ କାହା ପାଇଁ? ନିୟମ ଭାଙ୍ଗିଲେ ସାଧାରଣ ଲୋକଙ୍କୁ ସଜା ହେଉଥିବା ବେଳେ ନେତାଙ୍କୁ କାହିଁକି ନାଲିଆଖି ଦେଖାଉନି ପୋଲିସ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe