ପଞ୍ଜାବରେ ‘ଆପ୍’ର ପାୱାର ଶୋ’! ଧୂରୀ ଆସନରେ ଧୂଆଁଦାର ଭାବେ ଆଗେଇ ଚାଲିଛନ୍ତି ଭଗୱନ୍ତ ମାନ୍ ।

Advertisment
ପଞ୍ଜାବରେ ‘ଆପ୍’ର ପାୱାର ଶୋ’! ଧୂରୀ ଆସନରେ ଧୂଆଁଦାର ଭାବେ ଆଗେଇ ଚାଲିଛନ୍ତି ଭଗୱନ୍ତ ମାନ୍ ।

କନକ ବ୍ୟୁରୋ: ପଞ୍ଜାବରେ ‘ଆପ୍’ର ସଂଗଠନକୁ ମଜବୁତ କରିବାରେ ବଡ଼ ଭୂମିକା ନେଇଥିବା ଭଗୱନ୍ତ ମାନଙ୍କୁ ବିପୁଳ ସମର୍ଥନ ଦେଉଥିବା ଦେଖିବାକୁ ମିଳୁଛି । ଦିନ ସାଢ଼େ ୧୧ଟା ସୁଦ୍ଧା ଆସିଥିବା ଟ୍ରେଣ୍ଡରେ ପଞ୍ଜାବର ଧୁରୀ ଆସନରେ ଧୂଆଁ ଭଳି ‘ଝାଡ଼ୁ’ ମାରି ଚାଲିଛନ୍ତି ‘ଆପ୍’ର ଭଗୱନ୍ତ ମାନ୍ । ସବୁଠାରୁ ବଡ଼ କଥା ହେଲା, ‘ଆପ୍’ । ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସାମ୍ନାରେ ଥିବା ଭଗୱନ୍ତ ଯଦି ବିଜୟ ହୁଅନ୍ତି ତେବେ ଏହା ଆପ୍ ଭଳି ଏକ ଆଞ୍ଚଳିକ ଦଳକୁ ଭବିଷ୍ୟତ ପାଇଁ ଶୁଭ ସଙ୍କେତ ଦେବ ।

ଭଗୱନ୍ତ ମାନଙ୍କ କ୍ୟାରିୟର

୨୦୧୨ ମସିହାରେ ପଞ୍ଜାବ ପିପୁଲସ ପାର୍ଟିରେ ଯୋଗ ଦେଇ ରାଜନୀତି ଜୀବନ ଆରମ୍ଭ କରିଥିଲେ । ସମାନ ବର୍ଷରେ ଲହରା ବିଧାନସଭା ଆସନରେ ଲଢି ପରାଜିତ ହୋଇଥିଲେ । ଏହା ପରେ ୨୦୧୪ରେ ସେ ଆମ ଆଦର୍ମି ପାର୍ଟିରେ ଯୋଗ ଦେଇଥିଲେ । ଭଗବନ୍ତ ମାନ ୨୦୧୪ ମସିହାରେ ପଂଜାବ ସଂଗରୁର ନିର୍ବାଚନ କ୍ଷେତ୍ରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ରେ ଦ୍ୱିତୀୟ ଥର ପାଇଁ ମାନଙ୍କୁ ମିଳିଥିଲା ସମାନ ସଫଳତା । ପଂଜାବର ଜଣେ ହାସ୍ୟ କଳାକାରଭାବେ ପରିଚିତ ଭଗବନ୍ତ ମାନ । ବିଭିନ୍ନ ରିୟଲଟି ଶୋରେ ସେ ଅଭିନୟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe