ଓଡିଶାକୁ ‘ଫୋନି’ ସହାୟତା ଦେଲେ କେନ୍ଦ୍ର ସରକାର । ବାତ୍ୟା ପରବର୍ତ୍ତୀ ଥଇଥାନ ପାଇଁ ୩,୩୩୮ କୋଟିର ସହାୟତା

Advertisment
ଓଡିଶାକୁ ‘ଫୋନି’ ସହାୟତା ଦେଲେ କେନ୍ଦ୍ର ସରକାର । ବାତ୍ୟା ପରବର୍ତ୍ତୀ ଥଇଥାନ ପାଇଁ ୩,୩୩୮ କୋଟିର ସହାୟତା

କନକ ବ୍ୟୁରୋ: ଓଡିଶାକୁ ମିଳିବ ଫୋନି ସହାୟତା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଉଚ୍ଚସ୍ତରୀୟ କମିଟି ବୈଠକରେ ଜାତୀୟ ବିପର୍ଯ୍ୟୟ ପାଣ୍ଠି (ଏନଡିଆରଏଫ୍)ରୁ ଫନି ପୁନରୁଦ୍ଧାର ଲାଗି ଓଡ଼ିଶାକୁ ୩୩୩୮.୨୨ କୋଟିର ସହାୟତା ମିଳିବ ବୋଲି ନିଷ୍ପତ୍ତି କରାଯାଇଛି। ଏଥିସହ ବୈଠକରେ ମରୁଡ଼ି ପ୍ରପୀଡ଼ିତ କର୍ଣ୍ଣାଟକକୁ ୧୦୨୯.୩୯ କୋଟି ଏବଂ ହିମାଚଳ ପ୍ରଦେଶକୁ ବର୍ଷା ବିତ୍ପାତ ସହାୟତା ଲାଗି ୬୪.୪୯ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ମଙ୍ଗଳବାର କେନ୍ଦ୍ର ସରକାର ଏହି ସହାୟତା ରାଶି ଘୋଷଣା କରିଛନ୍ତି । ଓଡ଼ିଶା ସମେତ ୩ଟି ରାଜ୍ୟ ପାଇଁ ଏହି ସହାୟତା ରାଶି ଘୋଷଣା କରାଯାଇଛି। ତେବେ ସାମୁଦ୍ରିକ ବାତ୍ୟା ଫନିର ପୁନରୁଦ୍ଧାର ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ୫୨୨୭.୬୮ କୋଟିର ସହାୟତା ଲାଗି ଦାବି କରାଯାଇଥିଲା । ଏହାକୁ ବିଚାରକୁ ନେଇ ଆଜି ୩୩୩୮.୨୨ କୋଟିର ସହାୟତା ରାଶି ଘୋଷଣା କରାଯାଇଛି।

publive-image

ସୂଚନାଯୋଗ୍ୟ, ଭୟଙ୍କର ବାତ୍ୟା ଫନି ଯୋଗୁଁ ଓଡ଼ିଶାର ୧୪ଟି ଜିଲ୍ଲାରେ ୨୪,୧୭୬ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ କରାଯାଇଥିଲା। ସମସ୍ତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ୨୯,୩୧୫ କୋଟି ଟଙ୍କା ଦରକାର ଥିବା ଅନୁମାନ କରାଯାଇଥିଲା। କେବଳ ଭିତ୍ତିଭୂମି ସଜାଡ଼ିବାରେ ଏହି ଅର୍ଥର ୪୨ ପ୍ରତିଶତ ଖର୍ଚ୍ଚ ହେବ। ସେହିପରି ଗୃହ ନିର୍ମାଣ ସମେତ ଅନ୍ୟ ସାମାଜିକ କ୍ଷେତ୍ରରେ ୩୬ ପ୍ରତିଶତ ଅର୍ଥ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ୧୦୦ରୁ ଅଧିକ ବିଶେଷଜ୍ଞ ଦଳ ଏହି ଆକଳନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe