କନକ ବ୍ୟୁରୋ : ଜୁନାଗଡ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ବସ୍ ଡ୍ରାଇଭର ଗିରଫ । ପୀଡିତାଙ୍କ ବୟାନ ଆଧାରରେ ଲିଫ୍ଟ ଦେଇଥିବା ଡ୍ରାଇଭର ଲଳିନ୍ଦ୍ର ଶବରକୁ ଗିରଫ କରିଛି କଳାହାଣ୍ଡି ପୁଲିସ । ଗତକାଲି ପୀଡିତା ଗଣମାଧ୍ୟମକୁ ବୟାନ ଦେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ଡ୍ରାଇଭର ଲଳିନ୍ଦ୍ର ବୋଲି କହିଥିଲେ । ପୁଲିସ କାହିଁକି ତାଙ୍କୁ ଛାଡି ଦେଲା ବୋଲି ପ୍ରଶ୍ନ କରିଥିଲେ ପୀଡିତା । ଏହାପରେ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଆରପିସି ଧାରା ୧୬୪ରେ ପୀଡିତାଙ୍କ ବୟାନ ରେକର୍ଡ କରିବା ସହ ସଂପୃକ୍ତ ଡ୍ରାଇଭରକୁ ଗିରଫ କରିଛି ।
ବନ୍ଧା ହେଲା ଜୁନାଗଡ଼ ଯାତନାର ଖଳନାୟକ । ମୁଖ୍ୟ ଅଭିଯୁକ୍ତ ଡ୍ରାଇଭର ଲଳିନ୍ଦ୍ର ଶବର ଗିରଫ । ଜଣେ ଅସହାୟ ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ଗଣଦୁଷ୍କର୍ମ ଭଳି ଏକ ସାଂଘାତିକ୍ ଷଡଯନ୍ତ୍ର ରଚିଥିବା ଲଳିନ୍ଦ୍ର ଶବରକୁ ଗିରଫ କରିଛି କଳାହାଣ୍ଡି ପୁଲିସ । ଦୁଷ୍ମର୍ମ ପୀଡ଼ିତାଙ୍କ ବୟାନକୁ ଆଧାର କରି ଡ୍ରାଇଭରକୁ ଗିରଫ କରାଯାଇଛି । ଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ମୁହଁ ଖୋଲି ପୀଡିତା କହିଥିଲେ ପୁଲିସର ରାଜସାକ୍ଷୀ ପାଲଟିଥିବା ଡ୍ରାଇଭର ଲଳିନ୍ଦ୍ର ଶବର ହିଁ ମୁଖ୍ୟ ଖଳନାୟକ । ଏପଟେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି ପୋଲିସ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଆରପିସିର ଧାରା ୧୬୪ରେ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି ।
୧୪ ତାରିଖ ଶନିବାର । ସ୍ଥାନ: ଜାରିଙ୍ଗ, ଜୁନାଗଡ଼ । ଘନ ସଂରକ୍ଷିତ ଜଙ୍ଗଲରେ ଘଟିଥିଲା ଏକ ଲୋମହର୍ଷଣକାରୀ ଘଟଣା । ଜଣେ ଏଏନଏମ୍ ଛାତ୍ରୀଙ୍କୁ ଘେରି ଯାଇଥିଲେ ୭ଜଣ ଯୁବକ । ଏକୁଟିଆ ଝିଅକୁ ନିଛାଟିଆ ଜଙ୍ଗଲକୁ ଟେକିନେଇ ଜଣେ ପରେ ଜଣେ ଦୁର୍ଷ୍କମ କରିବାରେ ଲାଗିଲେ । ଯନ୍ତ୍ରଣାରେ ଛଟପଟ ହେଉଥିବା ଝିଅ କାକୁତି-ମିନତି ହୋଇ ନେହୁରା ହେଉଥିଲା, ହେଲେ ଏହି ଯୌନ ପିପାଶୁ ରାକ୍ଷସମାନେ ଝିଅର କୌଣସି କଥା ଶୁଣିନଥିଲେ । ଏମିତିରେ କଥା ସରିନଥିଲା, ଦୁଷ୍କର୍ମର ଚିତ୍ର ମୋବାଇଲରେ କଏଦ୍ କରି ଭାଇରାଲ କରିଦେଇଥିଲେ ।
ଭବାନୀପାଟଣା ଆସିଥିବା ଏହି ଏଏନଏମ୍ ଛାତ୍ରୀ ଜୁନାଗଡ଼ ଫେରିବାକୁ ଥିଲା । ଆଉ ଏତିକି ବେଳେ ଡ୍ରାଇଭର ଲଳିନ୍ଦ୍ର ଶବର ସହ ବାଇକରେ ଘରକୁ ଫେରିବାକୁ ନିଷ୍ପତି ନେଇଥିଲେ ପୀଡ଼ିତା । ହେଲେ ଫେରୁଥିବା ରାସ୍ତାରେ ଅଚାନକ୍ ଘେରିଯାଇଥିଲେ ୭ଜଣ ଯୁବକ । ଆଉ ପୀଡ଼ିତାଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ । ଆଉ ଘଟଣାରେ ଲଳିନ୍ଦ୍ର ଶବରର ହାତ ଥିବା ନେଇ ପୀଡ଼ିତା ଅଭିଯୋଗ କରିବା ପରେ ତାକୁ ଗିରଫ କରିଛି ପୁଲିସ୍ ।