କନକ ବ୍ୟୁରୋ: ଓଡ଼ିଶାକୁ ମିଳିଲା ଆଉ ଦୁଇଟି ନୂଆ ସ୍ୱତନ୍ତ୍ର ରେଳ ପ୍ରକଳ୍ପ । ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ଗେଜେଟ ନୋଟିଫିକେସନ୍ ଜାରିହୋଇଛି । ତାଳଚେର-ଅନଗୁଳ ୱାଇ କନେକ୍ସନ ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ବେଳେ ବରଗଡ଼ରୁ ନୂଆପଡ଼ାକୁ ନିର୍ମାଣ ହେବ ନୂଆ ରେଳଲାଇନ୍ । ରେଳବାଇର ସ୍ୱତନ୍ତ୍ର ପ୍ରକଳ୍ପ ଭାବେ ଏହି ଦୁଇଟି ପ୍ରକଳ୍ପକୁ ମଂଜୁରୀ ମିଳିଛି ।
ବିଜ୍ଞପ୍ତି ଅନୁଯାୟୀ ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନ ଅଧୀନରେ ୧୬ଦଶମିକ ୫କିଲୋମିଟର ଲମ୍ବା ତାଳଚେର-ଅନୁଗୁଳ ନୂଆ ବ୍ରଡଗଜ ଲାଇନ ଓ ବରଗଡ଼-ନୂଆପଡା ରୋଡ ୧୪୨କିଲୋମିଟରକୁ ସ୍ୱତନ୍ତ୍ର ପ୍ରକଳ୍ପ ମାନ୍ୟତା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/Bargarh-Nuapada-Rail-Link.jpg)