ମନ୍ତ୍ରୀ ପରିଷଦ ବୈଠକ: ଓଡିଶା ଇଲେକ୍ଟ୍ରୋନିକ୍ସ ନୀତି ୨୦୨୧କୁ ଅନୁମୋଦନ

169

କନକ ବ୍ୟୁରୋ: ଓଡିଶା ଇଲେକ୍ଟ୍ରୋନିକ୍ସ ନୀତିକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ । ଓଡିଶାରେ ଇଲେକ୍ଟ୍ରୋନିକ୍ସ ଶିଳ୍ପର ପ୍ରସାର ନିମନ୍ତେ ନୀତିକୁ ମଞ୍ଜୁରୀ ମିଳିଛି । ୨୦୨୬ ସୁଦ୍ଧା ଓଡିଶାକୁ ଇଲେକ୍ଟ୍ରୋନିକ୍ସ ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ୧୦ଟି ପୁଞ୍ଜି ନିବେଶକୁ ଉତ୍ପାଦନ ଭିତ୍ତିକ ସହାୟତା ଦିଆଯିବ । ଇସଡିଏମ ୟୁନିଟକୁ ପୁଞ୍ଜି ନିବେଶ ଆଧାରରେ ସହାୟତା ମିଳିବ ।

୧୦ କୋଟିରୁ ୨୫୦ କୋଟି ପର୍ଯ୍ୟନ୍ତ ସହାୟତା ଦିଆଯିବ । ଉଦ୍ୟୋଗୀଙ୍କୁ ବିଦ୍ୟୁତ ଶୁଳ୍କ, ଅନୁଧ୍ୟାନ ଫି ୫ ବର୍ଷ ଯାଏଁ ଛାଡ ଦିଆଯିବ । ଏହାସହ ଉଦ୍ୟୋଗୀଙ୍କୁ ଜମି କ୍ରୟରେ ଷ୍ଟାମ୍ପ ଡ୍ୟୁଟି ଛାଡ ହେବ । ଏଭଳି ୧୦ଟି ଦିଗ ଉପରେ ଗୁରୁତ୍ୱ ଦିଆଯିବ ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇ ଏହି ପଲିସିର କାର୍ଯ୍ୟାନ୍ୱୟ ତଦାରଖ କରାଯିବ । ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ତରଫରୁ ଓକାକ ବିଭିନ୍ନ ପ୍ରକାର କାର୍ଯ୍ୟର ତଦାରଖ କରିବ ।