ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ । ଡିଜାଇନକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ

95

କନକ ବ୍ୟୁରୋ : ସତ୍ୟବାଦୀରେ ଓଡିଆ ବିଶ୍ୱବିଦ୍ୟାଳୟ ଡିଜାଇନକୁ ଅନୁମୋଦନ । ଡିଜାଇନକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବନ ବିଦ୍ୟାଳୟ ଢାଞ୍ଚାରେ ଓଡିଆ ବିଶ୍ୱବିଦ୍ୟାଳୟ ଡିଜାଇନ ପ୍ରସ୍ତୁତ । ଶାନ୍ତ, ମୁକ୍ତ ପରିବେଶରେ ଉତ୍ତମ ଶୈକ୍ଷିକ ଅନୁଭବ ପ୍ରଦାନ ଲକ୍ଷ୍ୟରେ ଏହି ଡିଜାଇନ ପ୍ରସ୍ତୁତ କରାଯାଇଛି ।

ଏହି ବିଶ୍ୱ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗବେଷଣା କରିବାର ବ୍ୟବସ୍ଥା ରହିବ । ଏହା ନିର୍ମାଣର ବିସ୍ତୃତ ଯୋଜନା ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ ।