ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସରେ ୮ଟି ପ୍ରକଳ୍ପକୁ ଅନୁମୋଦନ । ହେବ ୧, ୮୭୨ କୋଟି ଟଙ୍କାର ପୁଞ୍ଜିନିବେଶ

115

କନକ ବ୍ୟୁରୋ: ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ୮ଟି ପ୍ରକଳ୍ପକୁ ଅନୁମୋଦନ । ୮ଟି ପ୍ରକଳ୍ପରେ ହେବ ୧୮୭୨ କୋଟି ପୁଞ୍ଜିନିବେଶ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ନିଯୁକ୍ତି ପାଇବେ ୩୪୬୧ ଲୋକ । ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ଏକ ବୈଠକରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଏହି ପ୍ରକଳ୍ପ ଗୁଡିକ ଅନେକ କୃଷି ଉପାଦାନକୁ ସହାୟକ ହେବ । ଏହାସହ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ମଧ୍ୟ ହେବ । ପୁଞ୍ଜି ବିନିଯୋଗ ପ୍ରସ୍ତାବ ଗୁଡିକର ସବିଶେଷ ତଥ୍ୟ ଉପସ୍ଥାପନ କରି ମୁଖ୍ୟ ସଚିବ ହେମନ୍ତ ଶର୍ମା କହିଛନ୍ତି, ଏହି ପ୍ରସ୍ତାବ ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟା କରଣ, କୃଷି, ପଶୁପାଳନ, ପେଟ୍ରୋଲିୟମ ଉତ୍ପାଦ ଓ ଇସ୍ପାତ କ୍ଷେତ୍ର ପାଇଁ ରହିଛି ।