କନକ ବ୍ୟୁରୋ: ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ୮ଟି ପ୍ରକଳ୍ପକୁ ଅନୁମୋଦନ । ୮ଟି ପ୍ରକଳ୍ପରେ ହେବ ୧୮୭୨ କୋଟି ପୁଞ୍ଜିନିବେଶ । ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ନିଯୁକ୍ତି ପାଇବେ ୩୪୬୧ ଲୋକ । ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ଏକ ବୈଠକରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।
ଏହି ପ୍ରକଳ୍ପ ଗୁଡିକ ଅନେକ କୃଷି ଉପାଦାନକୁ ସହାୟକ ହେବ । ଏହାସହ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ମଧ୍ୟ ହେବ । ପୁଞ୍ଜି ବିନିଯୋଗ ପ୍ରସ୍ତାବ ଗୁଡିକର ସବିଶେଷ ତଥ୍ୟ ଉପସ୍ଥାପନ କରି ମୁଖ୍ୟ ସଚିବ ହେମନ୍ତ ଶର୍ମା କହିଛନ୍ତି, ଏହି ପ୍ରସ୍ତାବ ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟା କରଣ, କୃଷି, ପଶୁପାଳନ, ପେଟ୍ରୋଲିୟମ ଉତ୍ପାଦ ଓ ଇସ୍ପାତ କ୍ଷେତ୍ର ପାଇଁ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/7-23.jpg)