ବିଧାନସଭାରେ ପାରିତ ହେଲା ବ୍ୟୟ ମଞ୍ଜୁରି ବିଲ୍: ବିଭିନ୍ନ ଦଳର ୩୦% ବିଧାୟକ ଉପସ୍ଥିତିରେ ପାସ୍; ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ ଘୋଷଣା

Advertisment
ବିଧାନସଭାରେ ପାରିତ ହେଲା ବ୍ୟୟ ମଞ୍ଜୁରି ବିଲ୍: ବିଭିନ୍ନ ଦଳର ୩୦% ବିଧାୟକ ଉପସ୍ଥିତିରେ ପାସ୍; ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ ଘୋଷଣା

କନକ ବ୍ୟୁରୋ: ବିଧାନସଭାର ଅସମାପ୍ତ ବଜେଟ ଅଧିବେଶନରେ ବ୍ୟୟମଞ୍ଜୁରି ବିଲ୍ ଆଗତ ହୋଇ ପାରିତ ହୋଇଛି। ଏ ନେଇ ବିଜେଡିର ବରିଷ୍ଠ ନେତା ଅମର ଶତପଥୀ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଆଜି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି।

publive-image

ପ୍ରଥମ ଥର ପାଇଁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ବୈଠକ ବସିଛି। ସୋମବାର ଦିନ ପୂର୍ବାହ୍ନ ୧୦ଟା ୩୦ରେ ମାତ୍ର ୩୦ ମିନିଟ୍ ସମୟରେ ଅସମାପ୍ତ ବଜେଟ ଅଧିବେଶନ ଆଜି ବସିଥିଲା ଓ ଏଥିରେ ବ୍ୟୟମଞ୍ଜୁରି ବିଲ୍ ଆଗତ ହୋଇ ପାରିତ ହୋଇଛି।  ଅଧିକାଂଶ ବିଧାୟକ ଆଜି ମୁହଁରେ ମାସ୍କ୍ ପିନ୍ଧି ଆସିଥିବାର ଦେଖିବାକୁ ମିଳିଥିଲା। ସେମାନଙ୍କ ଭିତରୁ କିଛି ବିଧାୟକ ନିଜେ ଗାଡ଼ି ଚଳାଇ ବିଧାନସଭାକୁ ଆସିଥିଲେ।

publive-image

ସୂଚନାଯୋଗ୍ୟ,କରୋନା ସତର୍କତା ସ୍ବରୂପ ହଲ୍‌ ଭିତରେ ଥିବା ଗୋଟିଏ ଧାଡ଼ିରେ ୮ରୁ ୯ ଜଣ ବିଧାୟକ ବସିବାକୁ ବ୍ୟବସ୍ଥା କରାଯାଇଥିଲା।  ସାମାଜିକ ଦୂରତା ରକ୍ଷା ପାଇଁ ଜଣେ ଲେଖାଏଁ ସଦସ୍ୟଙ୍କ ମଧ୍ୟରେ ଯେପରି ଗୋଟିଏ ମିଟରରୁ ଅଧିକ ଦୂରତା ରକ୍ଷା ହେବ, ତା ଉପରେ ଗୁରୁତ୍ବ ଦିଆଯାଇଥିଲା। ଗତସନ୍ଧ୍ୟାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଧ୍ୟ ପ୍ରସ୍ତୁତି ନେଇ ଅନୁଧ୍ୟାନ କରିଥିଲେ। ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବାରୁ ସମସ୍ତ କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା। ଏହା ସହ ବିଧାନସଭା କୋଠାକୁ ମଧ୍ୟ ବିଶୋଧନ କରାଯାଇଥିଲା। ସେଥିପାଇଁ ଅଧିବେଶନର ସ୍ଥାନ ପରିବର୍ତ୍ତନ କରାଯାଇଥିଲା।

publive-image

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୧୪ରୁ ଆରମ୍ଭ ହୋଇଥିଲା ଷୋଡ଼ଶ ବିଧାନସଭାର ତୃତୀୟ ତଥା ବଜେଟ୍‌ ଅଧିବେଶନ। ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୨୬ ତାରିଖ ଯାଏ ଚାଲିଥିଲା। ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୧ ତାରିଖରୁ ଆରମ୍ଭ ହୋଇଥିଲା। ତେବେ କରୋନା ପାଇଁ ସତର୍କତାମୂଳକ ପଦକ୍ଷେପ ଭାବେ ଗତ ୧୩ ତାରିଖରେ ବଜେଟ୍‌ ଅଧିବେଶନକୁ ୨୯ ତାରିଖ ଯାଏ ବନ୍ଦ ରଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe