ଆଖି ତଳେ ହଳଦୀ ପେଷ୍ଟ୍ ଲଗାନ୍ତୁ ! ଏକ ସପ୍ତାହ ମଧ୍ୟରେ ଫରକ ଦେଖନ୍ତୁ

59

ଆଖି ତଳେ ପଡିଥିବା କଳା ଦାଗ ବା ଡାର୍କ ସର୍କଲ୍ ପାଇଁ ବ୍ୟସ୍ତ ଅଛନ୍ତି କି ? ତେବେ ଚିନ୍ତା କରନ୍ତୁ ନାହିଁ । ଘରେ ଅଛି ଏହାର ଉପଚାର । ହଳଦୀ ଦ୍ୱାରା ଦୂର କରିପାରିବେ ଏହି କଳା ଦାଗ । ଜାଣନ୍ତୁ କେମିତି କରିବେ ବ୍ୟବହାର ।

ଆବଶ୍ୟକୀୟ ଉପାଦାନ :
ଅଧାଚାମଚ ହଳଦୀ
ଏକ ଚାମଚ ବେକିଙ୍ଗ୍ ସୋଡା
ଏକ ଚାମଚ ମହୁ
ଏକ ଚାମଚ ତାଜା ସପୁରୀ ରସ
୨/୩ ବୁନ୍ଦା ଲେମ୍ବୁ ରସ

କିପରି କରିବେ ବ୍ୟବହାର :
ଏହି ସବୁ ଉପାଦାନକୁ ମିଶାଇ ଏକ ପେଷ୍ଟ ତିଆରି କରି ଆଖି ତଳେ ଲଗାନ୍ତୁ । ୧୫/୨୦ ମିନିଟ୍ ପରେ ଉଷୁମ ପାଣିରେ ଧୋଇଦିଅନ୍ତୁ । ଏହା ପରେ ହାଇଡ୍ରେଟିଙ୍ଗ୍ ମଶ୍ଚୁରାଇଜର୍ ଲଗାନ୍ତୁ । ଏପରି ଗୋଟିଏ ସପ୍ତାହ କରିବା ପରେ ଫରକ ଜାଣିପାରିବେ । ତେବେ ଯଦି ଆପଣଙ୍କ ତ୍ୱଚା ସମ୍ବେଦନଶୀଳ ତେବେ ଲେମ୍ବୁ ରସ ବ୍ୟବହାର କରନ୍ତୁ ନାହିଁ ।