‘ସ୍ୱୟମ୍’ ଯୋଜନା ପାଇଁ ଆଜିଠୁ ଆବେଦନ: ଯୁବପୀଢିଙ୍କୁ ଯୁବ ଉଦ୍ୟୋଗୀରେ ପରିଣତ କରିବା ପାଇଁ ନୂଆ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର
କନକ ବ୍ୟୁରୋ: ଆଜିଠୁ ‘ସ୍ୱୟମ୍’ ଆବେଦନ । ଯୁବପୀଢିଙ୍କୁ ଯୁବ ଉଦ୍ୟୋଗୀରେ ପରିଣତ କରିବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି । ଲାଭଜନକ ବ୍ୟବସାୟ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କାର ଋଣ ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି । ଯୋଗ୍ୟ ବ୍ୟକ୍ତି ଅନଲାଇନ୍ ଓ ଅଫଲାଇନ୍ ଆବେଦନ କରିପାରିବେ । ସରକାର ଦେଉଥିବା ଋଣ ଅର୍ଥରେ ନୂଆ କିମ୍ବା ପୁରୁଣା ବ୍ୟବସାୟ ବଢାଇ ପାରିବେ । ଋଣ ସୁଧ ଭାର ବହନ କରିବେ ସରକାର । ଋଣ ପାଇଁ କୌଣସି ବନ୍ଧକ ରଖିବାକୁ ପଡିବ ନାହିଁ କିମ୍ବା ପ୍ରୋସେସିଂ ଫି ଦେବାକୁ ପଡିବ ନାହିଁ । ରାଜ୍ୟ ସରକାରଙ୍କ ୱେବ୍ ସାଇଟ୍ ସ୍ୱୟମ ଡଟ୍ ଓଡ଼ିଶା ଡଟ୍ ଗଭ ଡଟ ଇନରେ ଆବେଦନ କରିପାରିବେ । ମୋ ସେବା କେନ୍ଦ୍ରରେ ମଧ୍ୟ ଆବେଦନ କରିବାର ସୁବିଧା ରହିଛି ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ସ୍ୱୟମ୍ ଯୋଜନା
କେମିତି କରିବେ ଆବେଦନ?
ସ୍ୱୟମ୍ ଡଟ୍ ଓଡ଼ିଶା ଡଟ୍ ଜିଓଭି ଡଟ୍ ଇନରେ ଆବେଦନ କରିବେ
୧୮ରୁ ୩୫ବର୍ଷ ପର୍ଯ୍ୟନ୍ତ ଯୁବକ ଯୁବତୀ ଯୋଗ୍ୟ
ଏସସି, ଏସଟି ଓ ଭିନ୍ନକ୍ଷମଙ୍କ ପାଇଁ ବୟସ ସୀମା ୪୦ବର୍ଷ
ନୂଆ କିମ୍ବା ଚାଲୁ ରହିଥିବା ବ୍ୟବସାୟ ପାଇଁ ୧ଲକ୍ଷ ଟଙ୍କା ଋଣ
ଆବେଦନ ପାଇଁ ପାସପୋର୍ଟ ସାଇଜ ଫଟୋ
ବୟସ ପ୍ରମାଣ ପତ୍ର, ଭୋଟର କାର୍ଡ,
ପ୍ୟାନ୍ କ୍ୟାର୍ଡ ଓ ଦଶମ ସାର୍ଟିଫିକେଟ ଆବଶ୍ୟକ
ଜାତି ଓ ଭିନ୍ନକ୍ଷମ ପ୍ରମାଣ ପତ୍ର ଆବଶ୍ୟକ
ବାସସ୍ଥାନ ପ୍ରମାଣପତ୍ର ବି ଆବଶ୍ୟକ