କନକ ବ୍ୟୁରୋ : ଲଗାତର ଭାବେ ବୃଦ୍ଧି ପାଉଥିବା ଦରଦାମକୁ ନେଇ ସାଧାରଣ ଲୋକଙ୍କର ବଜେଟ ବିଗିଡିବାରେ ଲାଗିଛି । ଏହି କାରଣରୁ ସାଧାରଣ କର୍ମଚାରୀ ହୁଅନ୍ତୁ କି ଛୋଟ ବ୍ୟବସାୟୀ ନିଜ ରୋଜଗାରରୁ କିଛି ସଂଚୟ କରିବା ମୁସ୍କିଲ ହୋଇପଡିଛି । ଫଳରେ ଆର୍ଥକ ମାମଲା ଉପରେ ଭବିଷ୍ୟତକୁ ନେଇ ସମସ୍ତେ ଚିନ୍ତିତ ଅଛନ୍ତି । କାରଣ ଦରମାର ଏକ ବଡ ଭାଗ ପରିବାର ପାଇଁ ଖର୍ଚ୍ଚ ହୋଇଯାଉଛି । ବଳକା ରହୁଥିବା ଟଙ୍କା ପିଲାର ସ୍କୁଲ ଫିସ୍ ଓ ଅନ୍ୟ ଆବଶ୍ୟକତା ପାଇଁ ଖର୍ଚ୍ଚ ହୋଇଯାଉଛି । ଏଭଳି ସ୍ଥିତିରେ ଆପଣ ନିଜ ସଂଚୟ ଫର୍ମୁଲାକୁ ବଦଳାଇ ପାରିବେ ଭବିଷ୍ୟତରେ ଆପଣଙ୍କୁ ଆର୍ଥିକ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡିନପାରେ । ଏହି ଫର୍ମୁଲାକୁ ୫୦:୩୦:୨୦ ଫର୍ମୁଲା ନାମରେ ନାମିତ କରାଯାଇଛି । ସିଧା ସଳଖ ଭାବେ ଏହି ଫର୍ମୁଲାରେ ରୋଜଗାରକୁ ୩ ଭାଗରେ ବିଭକ୍ତ କରାଯାଇଛି ।

Advertisment

ଯଦି ଆପଣ ଚାକିରି କରୁଛନ୍ତି ତେବେ ଆପଣଙ୍କ ବ୍ୟାଙ୍କ ଖାତାକୁ ଆସୁଥିବା ଆପଣଙ୍କର ମାସିକ ଦରମାକୁ ୫୦:୩୦:୨୦ ଫର୍ମୁଲା ଉପରେ ଆପ୍ଲାଏ କରନ୍ତୁ । ଯଦି ଆପଣ ବ୍ୟବସାୟୀ ତେବେ ମାସ ଶେଷରେ ଆପଣଙ୍କର ହେଉଥିବା ରୋଜଗାର ଉପରେ ମଧ୍ୟ ଏହି ଫର୍ମୁଲା ବ୍ୟବହାର କରିପାରିବେ ।

ଯଦି ଆପଣଙ୍କ ମାସିିକ ଦରମା ୪୦ ହଜାର ଟଙ୍କା ଓ ଆପଣ ନିଷ୍ପତ୍ତି କରିପାରୁନାହିାଁନ୍ତି କିଭଳି ପଇସା ସଂଚୟ କରିବେ ତେବେ ମୋଟ ଦରମାକୁ ୫୦ ପ୍ରତିଶତ, ୩୦ ପ୍ରତିଶତ ଓ ୨୦ ପ୍ରତିଶତରେ ବିଭକ୍ତ କରନ୍ତୁ । ପ୍ରଥମ ୫୦ ପ୍ରତିଶତକୁ ଆପଣ ନିଜର ଜରୁରୀ କାମରେ ଖର୍ଚ୍ଚ କରନ୍ତୁ । ଏଥିରେ ଖାଦ୍ୟ ପାନୀୟ, ଘରଭଡା ଓ ପିଲାଙ୍କ ଶିକ୍ଷାକୁ ଯୋଡନ୍ତୁ ।

ସେହିଭଳି ରୋଜଗାରର ୩୦ ପ୍ରତିଶତ ଅର୍ଥ ଆପଣଙ୍କ ଇଚ୍ଛା ସହିତ ଜଡିତ ଆବଶ୍ୟକତା ଉପରେ ଖର୍ଚ୍ଚ କରନ୍ତୁ । ଏଥିରେ ଆପଣ ବାହାରକୁ ବୁଲାବୁଲି କରିବାକୁ ଯିବା, କପଡା କିଣିବା । କାର କିମ୍ବା ବାଇକର ମେଣ୍ଟନାନ୍ସରେ ଖର୍ଚ୍ଚ କରିପାରିବେ । ନିବେଶକଙ୍କ କହିବା ମୁତାବକ ବାକି ୨୦ ପ୍ରତିଶତ ଟଙ୍କା ଆପଣ କେଉଁଠି ସଂଚୟ କରିପାରନ୍ତି କିମ୍ବା ନିବେଶ ମଧ୍ୟ କରିପାରନ୍ତି ।