କନକ ବ୍ୟୁରୋ: ବିଏସକେୱାଇ ନବୀନ କାର୍ଡର ଆବେଦନ ଅବଧି ପୁଣି ବଢିଛି । ପୂର୍ବରୁ ବିଏସକେଓକ୍ୱାଇ ନବୀନ କାର୍ଡ ଆବେଦନର ଶେଷ ଦିନ ଜାନୁଆରୀ ୨୮ ତାରିଖ ରହିଥିଲା । ଏବେ ପଞ୍ଜିକରଣ ଆବେଦନ ଅବଧିକୁ ଫେବୃଆରୀ ୮ ତାରିଖ ଯାଏଁ ବଢାଇ ଦେଇଛନ୍ତି ରାଜ୍ୟ ସରକାର । ଗୋଟିଏ ବି ହିତାଧିକାରୀ ଯେମିତି ଏହି ଯୋଜନାରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶାଳିନୀ ପଣ୍ଡିତ ଏନେଇ ତ୍ୱରିତ ପଦକ୍ଷେପ ନେବାପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଗ୍ରାମାଂଚଳ ଓ ପଂଚାୟତରରେ ସ୍ତରରେ ବିଏସକେୱାଇ ନବୀନ କାର୍ଡ ପଞ୍ଜିକରଣ ସଂପର୍କରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/2-55.jpg)