କନକ ବ୍ୟୁରୋ: ଆଜିଠୁ ‘ସ୍ୱୟମ୍’ ଆବେଦନ । ଯୁବପୀଢିଙ୍କୁ ଯୁବ ଉଦ୍ୟୋଗୀରେ ପରିଣତ କରିବା ପାଇଁ ରାଜ୍ୟ ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି । ଲାଭଜନକ ବ୍ୟବସାୟ ପାଇଁ ବିନା ସୁଧରେ ୧ ଲକ୍ଷ ଟଙ୍କାର ଋଣ ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ଆଜିଠାରୁ ଅନଲାଇନ୍ ଆବେଦନ ଆରମ୍ଭ ହୋଇଛି ।
ଯୋଗ୍ୟ ବ୍ୟକ୍ତି ଅନଲାଇନ୍ ଓ ଅଫଲାଇନ୍ ଆବେଦନ କରିପାରିବେ । ସରକାର ଦେଉଥିବା ଋଣ ଅର୍ଥରେ ନୂଆ କିମ୍ବା ପୁରୁଣା ବ୍ୟବସାୟ ବଢାଇ ପାରିବେ । ଋଣ ସୁଧ ଭାର ବହନ କରିବେ ସରକାର । ଋଣ ପାଇଁ କୌଣସି ବନ୍ଧକ ରଖିବାକୁ ପଡିବ ନାହିଁ କିମ୍ବା ପ୍ରୋସେସିଂ ଫି ଦେବାକୁ ପଡିବ ନାହିଁ । ରାଜ୍ୟ ସରକାରଙ୍କ ୱେବ୍ ସାଇଟ୍ ସ୍ୱୟମ ଡଟ୍ ଓଡ଼ିଶା ଡଟ୍ ଗଭ ଡଟ ଇନରେ ଆବେଦନ କରିପାରିବେ । ମୋ ସେବା କେନ୍ଦ୍ରରେ ମଧ୍ୟ ଆବେଦନ କରିବାର ସୁବିଧା ରହିଛି । ୧୮ରୁ ୩୫ ବର୍ଷର ଯୁବକଯୁବତୀ ଏହି ଋଣ ପାଇଁ ଆବେଦନ କରିପାରିବେ । ସହରାଞ୍ଚଳର ଆବେଦନକାରୀ ଋଣ ଦରଖାସ୍ତ ବିଜ୍ଞପିତ ଅଞ୍ଚଳ ପରିଷଦ ବା ପୌର ପରିଷଦ ବା ମହାନଗର ନିଗମ କାର୍ଯ୍ୟାଳୟରେ ଦାଖଲ କରିପାରିବେ । କେଉଁ ବ୍ୟାଙ୍କରୁ ଋଣ ନେବାକୁ ଚାହୁଁଛନ୍ତି ତାହା ଆବେଦନରେ ଦର୍ଶାଇବାକୁ ପଡିବ ।
କାଳିଆ, ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ଅନ୍ତର୍ଭୁକ୍ତ ପରିବାର କିମ୍ବା ଗ୍ରାମାଞ୍ଚଳରେ ୯ ଲକ୍ଷ ଏବଂ ସହରାଂଚଳରେ ୩ ଲକ୍ଷରୁ କମ୍ ରୋଜଗାର କରୁଥିବା ବ୍ୟକ୍ତି ସ୍ୱୟମ୍ ଯୋଜନାରେ ଲାଭ ପାଇପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/7-29.jpg)