ପରୀ ହତ୍ୟା ମାମଲା : ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଟେଷ୍ଟ ପାଇଁ ଆବେଦନ । ନୟାଗଡ ପକସୋ କୋର୍ଟରେ ଆବେଦନ କଲା ଏସଆଇଟି ।

106

କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଟେଷ୍ଟ କରିବାକୁ  ଆବେଦନ କରିଛି ଏସଆଇଟି । ନୟାଗଡ ପକ୍ସୋ କୋର୍ଟରେ ଏହି ଆବେଦନ ହୋଇଛି । ପରୀ ମୃତ୍ୟୁ ମାମଲାରେ ସରୋଜ ସେଠୀକୁ ଗିରଫ କରିସାରିଛି ଏସାଆଇଟି ।

ଘରକୁ ନେଇ  ପରୀକୁ ସରୋଜ ଦୁଷ୍କର୍ମ ଉଦ୍ୟମ କରିବା ପରେ ତଣ୍ଟିଚିପି ହତ୍ୟା କରିଛି ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିସାରିଛନ୍ତି । ପୂର୍ବରୁ ଅଭିଯୁକ୍ତ ସରୋଜର ପଲିଗ୍ରାଫ ଟେଷ୍ଟ କରାଯାଇଥିବାବେଳେ ଏବେ ଅଧିକ ତଥ୍ୟ ପ୍ରମାଣ ଯୋଗାଡ ପାଇଁ ଏସଆଇଟି ନାର୍କୋ ଟେଷ୍ଟ କରିବାକୁ ଆବେଦନ କରିଛି । ନୟାଗଡ ଯଦୁପୁରରେ ପରୀ ମୃତ୍ୟୁ ମାମଲା ରାଜ୍ୟରେ ହଇଚଇ ସୃଷ୍ଟି କରିଛି ।